Advertisment

'ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ବିଶ୍ୱାସ ରଖେ'

ଗତକାଲି ଭିଏନାରୁ ବିଶ୍ୱ ସମୁଦାୟଙ୍କୁ ଆହ୍ୱାନ ଦେଇ ମୋଦି କହିଛନ୍ତି, ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ବିଶ୍ୱାସ ରଖେ।

ଅଦ୍ୟତନ ହୋଇଛି
PM Modi Two Nation Visit

PM Modi

Advertisment

୩ ଦିନିଆ ଅଷ୍ଟ୍ରିଆ, ଋଷିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଥିଥେୟତା ପାଇଁ ଉଭୟ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଗତକାଲି ଭିଏନାରୁ ବିଶ୍ୱ ସମୁଦାୟଙ୍କୁ ଆହ୍ୱାନ ଦେଇ ମୋଦି କହିଛନ୍ତି, ଭାରତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ବିଶ୍ୱାସ ରଖେ। ଏ ଅବସରରେ ଚାନସେଲନର କାର୍ଲ ନେହମରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆତଙ୍କବାଦକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୋଦି।

Advertisment

ଉଭୟ ନେତାଙ୍କ ଆଲୋଚନାରେ ୟୁକ୍ରେନ୍ ଯୁଦ୍ଧ ଓ ପଶ୍ଚିମ ଏସିଆରେ ଅଶାନ୍ତ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ବର୍ତ୍ତମାନର ସମୟ ଯୁଦ୍ଧର ନୁହେଁ ବୋଲି କହିଥିଲେ ମୋଦି। ସେହିଭଳି ଅଷ୍ଟ୍ରିଆ ଚାନସେଲରଙ୍କ ସହ ଆଲୋଚନା ବେଳେ ବିଭିନ୍ନ କୁଟନୈତିକ ଓ ବ୍ୟବସାୟିକ ସମ୍ପର୍କ ଗୁରୁତ୍ୱ ମିଳିଛି। ଭିତ୍ତିଭୂମି ବିକାଶ, ଅକ୍ଷୟ ଶକ୍ତି, ହାଇଡ୍ରୋଜେନ୍, ଜଳ ଏବଂ ପରିମଳ ପରିଚାଳନା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ସହଭାଗିତା ପାଇଁ ଦୁଇ ନେତା ବିଶେଷ ଭାବେ ଆଲୋଚନା କରିଛନ୍ତି।

ଅଧିକ ପଢ଼ନ୍ତୁ: ସଟଲ କୁଇନ୍ ସାଇନା ନେହୱାଲଙ୍କ ସହ ଖେଳିଲେ ରାଷ୍ଟ୍ରପତି

୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ। ଏ ଅବସରରେ ଅଷ୍ଟିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଗତକାଲି ଭିଏନାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୋଦିଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମୋଦି ମୋଦି ନାରାରେ କଂପିଥିଲା ପରିବେଶ। ଶୁଭିଲା ବନ୍ଦେ ମାତରମର ଧୁନ୍। ପିଏମ୍ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଅଷ୍ଟ୍ରିଆର କଳାକାର ମାନେ ବନ୍ଦେ ମାତରମ୍ ସଂଗୀତ ପରିବେଷଣ କରିଥିଲେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ଏହା ଉପରେ ସାରା ବିଶ୍ୱର ନଜର ରହିଥିଲା।

Advertisment

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ