Advertisment

‘ମନ୍‌ କୀ ବାତ୍‌’ର ୧୦୦ତମ ଏପିସୋଡ୍‌ରେ ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି

ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି ।

ଅଦ୍ୟତନ ହୋଇଛି
100th Episode Of 'Mann Ki Baat'

100th Episode Of 'Mann Ki Baat'

Advertisment

କଟକର ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କିଏ ବା ତାଙ୍କୁ ନ ଚିହ୍ନେ । ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି । ଆଜି ୧୦୦ତମ ମନ କୀ ବାତ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ମରଣ କରିଛନ୍ତି । ସେ ଚା’ ବିକି କିପରି ଲୋକଙ୍କ ସେବା କରୁଥିଲେ, ସେନେଇ ଆଜି ମନ କି ବାତ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

Advertisment

ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି । ଗତ ୨୦୨୧ ଜାନୁଆରୀ ମାସ ୧୩ ତାରିଖରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଥିଲା ।

ସେପଟେ ସେଞ୍ଚୁରି ମାରିଛି 'ମନ୍ କି ବାତ୍' କାର୍ଯ୍ୟକ୍ରମ । ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ ହୋଇଛି । ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିଛି ।

Advertisment

'ଅଲ୍ ଇଣ୍ଡିଆ ରେଡିଓ' ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ମନ୍ କି ବାତ୍ କେବଳ ଏକ ଅଧଘଣ୍ଟିଆ କାର୍ଯ୍ୟକ୍ରମ ନୁହେଁ । ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ପ୍ରାୟ ୨୬ କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉଦବୁଦ୍ଧ କରିଛି ଅଗଣିତ ସାଧାରଣ ନାଗରିକ, ସମାଜସେବୀ ଓ ଛାତ୍ରଛାତ୍ରୀଙ୍କୁ । କେବଳ ଏତିକି ନୁହେଁ, ଅନେକ ବଣମଲ୍ଲୀଙ୍କ ମହକ ସାରା ଦେଶକୁ ଆମୋଦିତ କରିଛି ମନ୍ କି ବାତ୍ ମାଧ୍ୟମରେ ।

Mann Ki Baat PM Modi D Prakash Rao
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ