Advertisment

କିଶାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କଲେ ମୋଦି

ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିବ।

ଅଦ୍ୟତନ ହୋଇଛି
PM Modi releases the 17th instalment of the PM Kisan Samman Nidhi Yojana

Kishan Nidhi Scheme

Advertisment

ବାରାଣସୀରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ମୋଟ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ ଉତ୍ତରପ୍ରଦେଶ ବାରାଣସୀରୁ ଡିବିଟି ମାଧ୍ୟମରେ ମୋଟ ୨୦ ହଜାର କୋଟି ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ଆସିଲା।

Advertisment

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ବିଶ୍ୱର ସବୁଠୁବଡ଼ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା। 

ଅଧିକ ପଢ଼ନ୍ତୁ: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ...ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌

Advertisment

ଅନ୍ୟପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି ।

ଅନ୍ୟପଟେ ଆଜି ରାଜ୍ୟ ସରକାର କହିଛନ୍ତି, ଯେଉଁ ଗାଁରେ ଶହେ ଲୋକ ବି ରହୁଛନ୍ତି ସେହି ଗାଁକୁ ପିଚୁରାସ୍ତା କରାଯିବ । ଶହେ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପିଚୁ ରାସ୍ତାରେ ସଂଯୋଗ କରାଯିବ। ଗାଁ ଗୁଡ଼ିକର ତାଲିକା ପ୍ରସ୍ତୁତ ସରିଛି। ପିଏମ ଜନ ମନ ଯୋଜନାରେ ୩୫୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ପରେ ଏକଥା କହିଛନ୍ତି ମନ୍ତ୍ରୀ ରବି ନାଏକ।

Advertisment

ସେ କହିଛନ୍ତି, ବ୍ରିଜ୍ କମ୍ ବ୍ୟାରେଜ ନିର୍ମାଣ ହେବ। ଏହାଦ୍ୱାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡବଲ ଲାଇନ ହେବ। କାମ ଖରାପ ହେଲେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ଉପରେ ଆଇନଗତ କାର୍ଯାନୁଷ୍ଠାନ ହେବ ବୋଲି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ରବି ନାଏକ।

Narendra Modi Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ