Advertisment

ସେଞ୍ଚୁରି ମାରିବ 'ମନ୍ କୀ ବାତ୍' ! ସେଦିନର ଅଭିନବ ପ୍ରୟାସ କାଲି ଐତିହାସିକ ପାଲଟିବ

ପ୍ରାୟ ୯ ବର୍ଷ ତଳେ ମୋଦି ଆରମ୍ଭ କରିଥିଲେ ଏହି ଅଭିନବ ଅଭିଯାନ

ଅଦ୍ୟତନ ହୋଇଛି
Mann Ki Baat 100 Episodes

Mann Ki Baat

Advertisment

ସେଞ୍ଚୁରି ମାରିବ 'ମନ୍ କୀ ବାତ୍'। ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ୧୦୦ ତମ ଅଧ୍ୟାୟ ପୂରା କରିବ। ସେତେବେଳେ ଅଭିନବ ଥିବା ଏହି ପ୍ରୟାସ କାଲି ଐତିହାସିକ ପାଲଟିବ। ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ ।..

Advertisment

ଅକ୍ଟୋବର ୩, ୨୦୧୪। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ପ୍ରଥମ ମନ୍ କୀ ବାତ୍ (Mann Ki Baat) କାର୍ଯ୍ୟକ୍ରମର ପ୍ରାରମ୍ଭ । ପରିବେଶ, ସ୍ୱଚ୍ଛତା ଓ ପରୀକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ନିଜ ମନର କଥାକୁ ଦେଶବାସୀଙ୍କ ସାମ୍ନାରେ ରଖିବାକୁ, ପ୍ରାୟ ୯ ବର୍ଷ ତଳେ ମୋଦି ଆରମ୍ଭ କରିଥିଲେ ଏହି ଅଭିନବ ଅଭିଯାନ । ଆସନ୍ତାକାଲି ପ୍ରସାରିତ ହେବ ଏହାର ଐତିହାସିକ ୧୦୦ତମ ଅଧ୍ୟାୟ । କାଲି କଣ କହିବେ ପ୍ରଧାନମନ୍ତ୍ରୀ ମୋଦି, ଏହାକୁ ସାରା ଦେଶ ଅନେଇ ବସିଥିବା ବେଳେ, ଏହାର ପ୍ରସାରଣ ପାଇଁ ବିଜେପି ପକ୍ଷରୁ ହୋଇଛି ବ୍ୟାପକ ଆୟୋଜନ।

ଦେଶର ୪ ଲକ୍ଷ କେନ୍ଦ୍ରରେ ଏହାର ପ୍ରସାରଣ ହେବାକୁ ଥିବା ବେଳେ, ରାଜ୍ୟର ପ୍ରାୟ ୨ ହଜାର ବୁଥରେ ହେବ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ ଶୁଣିବେ ଦଳୀୟ ବିଧାୟକ, ସାଂସଦ, ନେତା ଓ କର୍ମୀ । ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କୁ ବି ସାମିଲ କରିବା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଝାରସୁଗୁଡ଼ାରେ ଉପସ୍ଥିତ ରହିବେ। କେନ୍ଦ୍ରାପଡ଼ା ଆଳି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ରାଜକନିକା ବ୍ଲକ୍ ବରାଙ୍ଗ ଗାଁରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତେଣେ ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପୀନାଥପୁରରେ ବି ଏକ ବିଶାଳ ସମାବେଶ ହେବ ବୋଲି ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।...

Advertisment

ପ୍ରତିମାସ ଶେଷ ରବିବାର ଦିନ ୧୧ଟାରେ 'ଅଲ୍ ଇଣ୍ଡିଆ ରେଡିଓ' ଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ମନ୍ କୀ ବାତ୍ କେବଳ ଏକ ଅଧଘଣ୍ଟିଆ କାର୍ଯ୍ୟକ୍ରମ ନୁହେଁ। ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ପ୍ରାୟ ୨୬ କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉଦବୁଦ୍ଧ କରିଛି ଅଗଣିତ ସାଧାରଣ ନାଗରିକ, ସମାଜସେବୀ ଓ ଛାତ୍ରଛାତ୍ରୀଙ୍କୁ । କେବଳ ଏତିକି ନୁହେଁ, ଅନେକ ବଣମଲ୍ଲୀଙ୍କ ମହକ ସାରା ଦେଶକୁ ଆମୋଦିତ କରିଛି ୟାରି ମାଧ୍ୟମରେ। ବର୍ଜ୍ୟ ପଲିଥିନରୁ ସୁନ୍ଦର କଳାକୃତି ଗଢ଼ୁଥିବା କେନ୍ଦ୍ରାପଡ଼ାର କମଳା ମହାରଣା ହୁଅନ୍ତୁ, ଅବା କେନ୍ଦୁଝରର ଟସର ଶିଳ୍ପୀ କୁନି ଦେହୁରୀ ।

ପଖାଳ ଖିଆ ଭିଡିଓ ଛାଡ଼ି ଷ୍ଟାର୍ ୟୁଟ୍ୟୁବର୍ ପାଲଟିଥିବା ସମ୍ବଲପୁରର ଇଶାକ୍ ମୁଣ୍ଡା ହୁଅନ୍ତୁ, କି ବାଲେଶ୍ୱର ଜିଲ୍ଲାର ଏକ ଅଖ୍ୟାତ ଆଦିବାସୀ ଗାଁରେ ମ୍ୟାଲେରିଆ ବିରୋଧରେ ଲଢ଼ୁଥିବା ଆଶା କର୍ମୀ ଯମୁନାମଣି ସିଂ। ଗ୍ରାମାଞ୍ଚଳର ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣିବା ସହିତ, ସେମାନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମୋଦି। ଆସନ୍ତାକାଲି 'ମନ୍ କୀ ବାତ'ର ୧୦୦ତମ ଅଧ୍ୟାୟ ପୂର୍ତ୍ତି ଅବସରରେ ରାଜ୍ୟର ଏହି ପ୍ରତିଭା ମାନଙ୍କୁ ରାଜଭବନରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରସାର ଭାରତୀ ପକ୍ଷରୁ ହୋଇଛି ଆମନ୍ତ୍ରଣ।...

Advertisment

ଆସନ୍ତାକାଲି ମନ୍ କୀ ବାତ୍ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ୍ ମିଳିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ପ୍ରସାରିତ ହେବ । ଆମେରିକାର ନ୍ୟୁୟର୍କ ସ୍ଥିତ ୟୁଏନ୍ ମୁଖ୍ୟାଳୟର ଟ୍ରଷ୍ଟିସିପ୍ କାଉନସିଲ୍ ଚ୍ୟାମ୍ବରରେ ସ୍ଥାନୀୟ ସମୟ ରବିବାର ରାତି ୧.୩୦ରେ ପ୍ରସାରଣ ହେବ ବୋଲି ସୂଚନା ମିଳିଛି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ 'ମନ୍ କୀ ବାତ୍'ର ପ୍ରଶଂସା କରିବା ସହିତ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେଣେ ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ତିଆରି କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୬ ଟନ୍ ବାଲିରେ ନିର୍ମିତ କଳାକୃତିରେ ମୋଦିଙ୍କୁ ଶତାଧିକ ରେଡ଼ିଓ ଗହଣରେ ଦେଖିବାକୁ ମିଳିଛି।...

Mann Ki Baat PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ