Advertisment

“କ୍ରିପଟୋ କରେନ୍ସି ଭୁଲ୍ ହାତରେ ପଡ଼ିଲେ ଏହା ଯୁବ ପିଢ଼ୀକୁ ଧ୍ୱଂସ କରିଦେବ”

ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ନୂଆଦିଲ୍ଲୀ: କ୍ରିପଟୋ କରେନ୍ସି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। କ୍ରିପଟୋ କରେନ୍ସି ଯେପରି ଭୁଲ୍ ହାତରେ ନଲାଗିବ ସେଥିଲାଗି ସବୁ ରାଷ୍ଟ୍ର ଉଦ୍ୟମ କରିବା ଜରୁରୀ। କ୍ରିପଟୋ କରେନ୍ସି ଭୁଲ୍ ହାତରେ ପଡ଼ିଲେ ଏହା ଯୁବ ପିଢ଼ୀକୁ ଧ୍ୱଂସ କରିଦେଇପାରେ ଭର୍ଚୁଆଲରେ ସିଡ୍ନୀ ଡାଇଲଗକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ସବୁ ଦେଶ ଏହା ସୁନିଶ୍ଚିତ କରିବା ଜରୁରୀ କି କ୍ରିପଟୋ କରେନ୍ସି ଯେପରି ଅସଦ୍ ଲୋକଙ୍କ ହାତରେ ନପଡ଼େ। ଏହାସହ କ୍ରିପଟୋ କରେନ୍ସିକୁ ରୋକି ହେବନାହିଁ, ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି କିଛିଦିନ ତଳେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଏକ ବୈଠକରେ ମତ ପ୍ରକାଶ ପାଇବା ପରେ ଏବେ କ୍ରିପଟୋ କରେନ୍ସିକୁ ନେଇ ପିଏମଙ୍କ ଏହି ବୟାନ ସାମ୍ନାକୁ ଆସିଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ରିପଟୋ କରେନ୍ସିକୁ ନେଇ ଏକ ବୈଠକ ହୋଇଥିଲା। ବିଶ୍ୱସ୍ତରରେ କ୍ରିପଟୋ କରେନ୍ସି ପ୍ରଚଳନ ଉପରେ ବିଚାର ବିମର୍ଷ ଚାଲିଥିବା ବେଳେ ଏହାର ବ୍ୟବହାର ଏବଂ ଏହାକୁ ନେଇ ଥିବା ସମ୍ଭାବ୍ୟ ବିପଦ ଉପରେ ବୈଠକରେ ଆଲୋଚନା ହୋଇଥିଲା।

Advertisment

ତେବେ କଣ ଏହି କ୍ରିପଟୋ କରେନ୍ସି?

ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ। କଂପ୍ୟୁଟର ଆଲ୍ଗରିଦିମରେ କ୍ରିପ୍ଟୋକରେନ୍ସି ତିଆରି କରାଯାଇଛି ଏବଂ ବ୍ଲକ୍ଚେନ୍ ପ୍ରକ୍ରିୟା ଦ୍ୱାରା ଏହା ପରିଚାଳିତ ହୁଏ। ବିଟ୍ କଏନ୍, ଇଥରିଅମ୍ ଓ ଡୋଜ୍ କଏନ୍ ଆଦି କେତେକ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ହୋଇଥିବା ବେଳେ, ବିଶ୍ୱରେ ୧୦ ହଜାରରୁ ଅଧିକ ପ୍ରକାର କ୍ରିପଟୋ କରେନ୍ସି ରହିଛି । ୧ ବିଟକଏନର ମୂଲ୍ୟ ଏବେ ୬୦ ହଜାର ଡଲାର୍ ବା ୪୫ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏହି କରେନ୍ସି ଉପରେ କୌଣସି ସରକାର ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ । ତେଣୁ ଏହାକୁ ଟେରର୍ ଫଣ୍ଡିଂରେ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଉଛି। ଏହା ସଂପୂର୍ଣ୍ଣ ସୁରକ୍ଷିତ ମଧ୍ୟ ନୁହେଁ । କାରଣ ଟଙ୍କା ଚୋରି ହେଲା ଭଳି ହ୍ୟାକର୍ ମାନେ କ୍ରିପ୍ଟୋକରେନ୍ସି ଚୋରାଇନେବାର ମଧ୍ୟ ଆଶଙ୍କା ଅଧିକ ରହିଛି।

କ୍ରିପଟୋ କରେନ୍ସି କଣ?

  • ଏହା ଡିଜିଟାଲ୍ କରେନ୍ସି ବା ଡିଜିଟାଲ୍ ମୁଦ୍ରା
  • ଏହାର କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ
  • ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ
  • କଂପ୍ୟୁଟର ଆଲ୍ଗରିଦିମରେ କ୍ରିପ୍ଟୋକରେନ୍ସି ତିଆରି
  • ବ୍ଲକ୍ଚେନ୍ ପ୍ରକ୍ରିୟା ଦ୍ୱାରା ପରିଚାଳିତ ହୁଏ
  • ବିଟ୍ କଏନ୍, ଇଥରିଅମ୍ ଓ ଡୋଜ୍ କଏନ୍ ଆଦି ଲୋକପ୍ରିୟ କ୍ରିପଟୋ କରେନ୍ସି
  • ବିଶ୍ୱରେ ୧୦ ହଜାରରୁ ଅଧିକ ପ୍ରକାର କ୍ରିପଟୋ କରେନ୍ସି ରହିଛି
  • ୧ ବିଟକଏନର୍‌ ମୂଲ୍ୟ ୬୦ ହଜାର ଡଲାର୍ ବା ୪୫ ଲକ୍ଷ ଟଙ୍କାରୁ ଅଧିକ
  • ଏହି କରେନ୍ସି ଉପରେ କୌଣସି ସରକାର ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ
  • ଏହାକୁ ଟେରର୍ ଫଣ୍ଡିଂରେ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଏ
  • ହ୍ୟାକର୍ ମାନେ କ୍ରିପଟୋ କରେନ୍ସି ଚୋରାଇନେବାର ମଧ୍ୟ ଆଶଙ୍କା ରହିଛି
Advertisment
Narendra Modi Cryptocurrency PMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ