Advertisment

କେଦାରନାଥରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

କେଦାରନାଥ ପୀଠରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ। ଶଙ୍କରାଚାର୍ଯ୍ୟଙ୍କ ପୁନଃର୍ନିମିତ ସମାଧି ଏବଂ ମନ୍ଦିର ପରିସରରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi

Narendra Modi

Advertisment

ନୂଆଦିଲ୍ଲୀ: ହିମାଳୟ ଗଡଓ୍ୱାଲ ପର୍ବତାଞ୍ଚଳରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ କେଦାରନାଥରେ ମୋଦି। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତାସହିତ ୨୦୧୩ ପ୍ରକୃତିର ତାଣ୍ଡବରେ ଧ୍ୱଂସ ପାଇଥିବା ଏଠିକାର ଭିତ୍ତିଭୂମି ପୁନଃନିର୍ମାଣର ସମୀକ୍ଷା କରିଛନ୍ତି । ବାଦଲଫଟା ବର୍ଷା ଓ ଅଚାନକ ବନ୍ୟାରେ ସବୁ କିଛି ଧୋଇ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନିଜେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ଦେବପୀଠର ପୁନରୁଦ୍ଧାର କାମ ତଦାରଖ କରୁଛନ୍ତି।

Advertisment

କେଦାରନାଥ ପୀଠରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ। ଶଙ୍କରାଚାର୍ଯ୍ୟଙ୍କ ପୁନଃର୍ନିମିତ ସମାଧି ଏବଂ ମନ୍ଦିର ପରିସରରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧୁସନ୍ଥ ଏହି କାର୍ଯ୍ୟକ୍ରମ ଦେଖିବା ଲାଗି ଚାରିଧାମ ପୁରୀ, ଦ୍ୱାରକା, ବଦ୍ରିନାଥ , ରାମେଶ୍ୱରମ୍ ଓ ୧୨ଟି ଜ୍ୟୋର୍ତିଲିଙ୍ଗ ପୀଠ ସମେତ ୮୭ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳେ ଡେରାଡୁନରେ ପହଞ୍ଚିବା ପରେ ସେଠାରୁ ସିଧା କେଦାରନାଥ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ଉପଲକ୍ଷେ ମନ୍ଦିରକୁ ୮ କୁଇଣ୍ଟାଲ ଫୁଲରେ ସଜ୍ଜିତ କରାଯାଇଥିଲା। ଦେବାଧିଦେବଙ୍କ ପୂଜାର୍ଚ୍ଚନା ସହ ଜଳାଭିଷେକ କରିଥିଲେ ମୋଦି । ମନ୍ଦିରରେ ପରିସରରେ ସେ ବେଶ କିଛି ସମୟ ଲାଗି ଧ୍ୟାନମୁଦ୍ରାରେ ବସିଥିଲେ। ତାସହିତ ମନ୍ଦିର ଚତୁପାର୍ଶ୍ୱର ଅପରୂପ ସୌନ୍ଦର୍ଯ୍ୟକୁ ବି ଉପଭୋଗ କରିଥିଲେ ପ୍ରଧାନମନ୍ତ୍ରୀ।

Advertisment

ହିମାଳୟର ଗଡ଼ୱାଲ ପର୍ବତାଞ୍ଚଳରେ ଥିବା କେଦାରନାଥ ପୀଠ ଧାର୍ମିକ ଭାବନ ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଥିବା ବେଳେ ଏହାର ଅପରୂପ ସୌନ୍ଦର୍ଯ୍ୟ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ। ତେବେ ୨୦୧୩ ମସିହାରେ ଆସିଥିବା ମହାପ୍ରଳୟ, କେଦାରନାଥ ପୀଠର ଚିତ୍ର ବଦଳାଇ ଦେଇଥିଲା ବାଦଲଫଟା ବର୍ଷା ଓ ଅଚାନକ ଆସିଥିବା ବର୍ଷା। ଆଉ ଏହି ବର୍ଷା ରଚିଥିଲା ଧ୍ୱଂସର ତାଣ୍ଡବ। ତେବେ ଏହି ଆଧ୍ୟାତ୍ମିକ ପୀଠର ପୁର୍ନନିର୍ମାଣ ଲାଗି ନିଜେ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ। ସଙ୍ଗମଘାଟ ପୁନରୁଦ୍ଧାର, ପର୍ଯ୍ୟଟକ ସୁବିଧା କେନ୍ଦ୍ର ଓ ଆଶୁ ଚିକିତ୍ସା କେନ୍ଦ୍ର, ପ୍ରାଶାସନିକ ଅଫିସ, ହସ୍ପିଟାଲ, ୨ଟି ଅତିଥି ଭବନ, ଥାନା ଓ କମାଣ୍ଡ୍ କଣ୍ଟ୍ରୋଲ ସେଣ୍ଟର ଆଦି ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

କେଦାରନାଥରେ ଆଦିଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପୁରୀରେ ଥିବା ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା ସହ ମହୋଦଧି ଆଳତି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଦଳର ବରିଷ୍ଠ ନେତା ଏଥିରେ ସାମିଲ ହୋଇଥିଲେ।

Advertisment
Narendra Modi Kedarnath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ