Advertisment

ଶେଷ ହେଲା ମୋଦିଙ୍କ ଉପହାରର ନିଲାମ, ଜାଣନ୍ତୁ କାହାର ମୂଲ୍ୟ ସବୁଠୁ ଅଧିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍‌ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି।

PM Modi mementos

PM Modi mementos

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍‌ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି। ସେହିପରି ବକ୍ସିଂରେ ବ୍ରୋଞ୍ଜ ମେଡାଲ ବିଜେତା ଲଭଲିନ୍ ବୋରଗେନଙ୍କ ବକ୍ସିଂ ଗ୍ଲୋଭ୍ସ ୯୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଅଲିମ୍ପିକ୍ସକୁ ବାଦ ଅନ୍ୟ ଉପହାର ଗୁଡିକର ମଧ୍ୟ ନିଲାମ ଶେଷ ହୋଇଛି। ସର୍ଦାର ପଟେଲଙ୍କ ମୂର୍ତ୍ତିକୁ ସର୍ବାଧିକ ୧୪୦ ଜଣ ନିଲାମ ଡାକିଥିଲେ। ସେହିପରି କାଠରେ ନିର୍ମିତ ଏକ ଗଣେଶ ମୂର୍ତ୍ତିକୁ ୧୧୭ ଜଣ ନିଲାମ ଡାକିବାକୁ ପଂଜିକୃତ କରିଥିଲେ। ପୁଣେ ମେଟ୍ରୋ ଲାଇନର ଏକ ସ୍ମୃତି ଚିହ୍ନ ଲାଗି ୧୦୪ ଜଣ ନିଲାମ ଡାକିଥିଲେ । ବିଜୟ ମଶାଲର ସ୍ମୃତି ଚିହ୍ନ ଲାଗି ୯୮ ଜଣ ନିଲାମରେ ସାମିଲ ହୋଇଥିଲେ ।

Advertisment

ସୂଚନା ଅନୁସାରେ, ‘ପିଏମ୍‌ ମେମେଣ୍ଟୋଜ୍‌ ୱେବ୍‌ସାଇଟ୍‌’ ଅନୁସାରେ, ଅଲିମ୍ପିକ୍‌ କ୍ରୀଡ଼ାର ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭ୍‌ଲିନ୍‌ଟି ସବୁଠୁ ଅଧିକ ଦରରେ ନିଲାମ ଧରାଯାଇଛି। ଏହାର ନିଲାମ ଡାକ ମୂଲ୍ୟ ୧ କୋଟି ଥିବା ବେଳେ ଏହାକୁ ଟ. ୧,୦୦,୫୦,୦୦୦/-ରେ ନିଲାମ କରାଯାଇଛି ବୋଲି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

Advertisment

କେବଳ ଏତିକି ନୁହେଁ ବରଂ ପାରାଲିମ୍ପିକ୍‌ସ୍‌ ସ୍ୱର୍ଣ୍ଣପଦକ ବିଜୟୀ ସୁମିତ ଆଣ୍ଟିଲ୍‌ଙ୍କଦ୍ୱାରା ବ୍ୟବହୃତ ଅନ୍ୟ ଏକ ଜାଭ୍‌ଲିନ୍‌କୁ ମଧ୍ୟ ୧ କୋଟି ଟଙ୍କାରେ ନିଲାମ ଡକାଯାଇଥିଲା। ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହାକୁ ଟ. ୧,୦୦,୨୦,୦୦୦/-ରେ ନିଲାମ ଧରିଛନ୍ତି।

ସେହିଭଳି ଅଯୋଧ୍ୟା ରାମ ମନ୍ଦିରର କାଠ ମଡେଲ୍‌ ପାଇଁ ଏଯାବତ୍‌ ୨୪ଜଣ ନିଲାମ ଧରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ମନ୍ଦିରର ନିଲାମ ଡାକ ଦର ଥିଲା ଟ. ୨,୫୦,୦୦୦। ତେବେ ନୀରଜଙ୍କୁ ନେଇ ଏବେ ସବୁ ଆଡ଼େ ସଚାଲିଛି ଚର୍ଚ୍ଚା।

Advertisment
Narendra Modi PMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ