Advertisment

ଏସିଆଡ୍ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଡ୍ରଗ୍ ମୁକ୍ତ ଭାରତ ପାଇଁ ଖେଳାଳିଙ୍କୁ ଆହ୍ୱାନ

ପୂର୍ବରୁ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଥିଲେ ବି ପ୍ରଶିକ୍ଷଣ ଅଭାବରୁ ପଦକ ସଂଖ୍ୟା କମ୍ ରହୁଥିଲା। ଏବେ ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ଦ୍ୱାରା ପଦକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Narendra Modi

Narendra Modi

Advertisment

ଠିକ୍ ଦିଗରେ ଯାଉଛି ଖେଲୋ ଇଣ୍ଡିଆ ଅଭିଯାନ । ଖେଲୋ ଇଣ୍ଡିଆ ଅଭିଯାନରେ ଆସିଥିବା ଖେଳାଳିଙ୍କ ମଧ୍ୟରୁ ୪୦ରୁ ଅଧିକ ଖେଳାଳି ମେଡାଲ ଜିତିଛନ୍ତି । ବିଶେଷ କରି ମହିଳା ଆଥଲେଟ୍‌ମାନେ ଦେଶର ନାଁ ରଖିଛନ୍ତି। ଏସିଆନ୍ ଗେମ୍ସରେ ଭାରତର ସଫଳତା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ସମସ୍ତ ଖେଳାଳିଙ୍କୁ ଭେଟି ଏଭଳି କହିଛନ୍ତି । ପ୍ରତି ଖେଳାଳିଙ୍କୁ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତିବର୍ଷ ୬ ଲକ୍ଷ ଟଙ୍କାରୁ ଅଧିକ ଲେଖାଏଁ ସ୍କଲାରସିପ୍ ଦିଆଯାଉଛି ।

Advertisment

ପୂର୍ବରୁ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଥିଲେ ବି ପ୍ରଶିକ୍ଷଣ ଅଭାବରୁ ପଦକ ସଂଖ୍ୟା କମ୍ ରହୁଥିଲା। ଏବେ ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା
ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ଦ୍ୱାରା ପଦକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଡ୍ରଗ୍ସଠୁ ଦୂରେଇ ରହିବା ଲାଗି ଖେଳାଳିଙ୍କୁ ମୋଦି ଆହ୍ୱାନ ଦେଇଛନ୍ତି । ନିଶା ଠାରୁ ଦୂରେଇ ରହିବା ସହ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବାକୁ ଖେଳାଳୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି । ପ୍ରଥମ ଥର ପାଇଁ ଏସିଆନ ଗେମ୍ସରେ ଶହେ ପାର୍ କରିଛି ଭାରତର ପଦକ ସଂଖ୍ୟା । ଚୀନର ହାଙ୍ଗଝୋରେ ହୋଇଥିବା ଏସୀୟ କ୍ରୀଡ଼ାର ଏହି ସଂସ୍କରଣରେ ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଚ ସହିତ ମୋଟ ୧୦୭ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ ।

Advertisment
Narendra Modi India Asian Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ