Advertisment

ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ତିନି ସେନା ମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା

ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଇବେ ସେନା ମୁଖ୍ୟ । ପୃଥକ ପୃଥକ ଭାବେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋଦି ।

ଅଦ୍ୟତନ ହୋଇଛି
undefined

PM Modi

Advertisment

ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ, ତିନି ସେନା ମୁଖ୍ୟ ଅଗ୍ନିପଥ ଯୋଜନା ଅନ୍ତର୍ଗତ ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଇବେ । ପୃଥକ ପୃଥକ ଭାବେ ତିନି ସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

Advertisment

ଗତକାଲି ବେଙ୍ଗାଲୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୋଦି କହିଥିଲେ, ନୂଆ ନିଷ୍ପତ୍ତିକୁ ପ୍ରଥମେ ବିରୋଧ ହେବ, ଅନ୍ୟାୟ ଲାଗିବ, ତେବେ ପରେ ସେହି ନିଷ୍ପତ୍ତି ହିଁ ଦେଶ ଗଠନରେ ସହାୟକ ହେବ । ମୋଦି ଅଗ୍ନିପଥକୁ ନେଇ ସିଧାସଳଖ ମନ୍ତବ୍ୟ ନରଖିଥିଲେ ବି ପରୋକ୍ଷରେ ଯୋଜନାର ଲାଭ ବିଷୟରେ ବୁଝାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ସଂସ୍କାର ହୁଏତ ବର୍ତ୍ତମାନ ଭଲ ନଲାଗିପାରେ ତେବେ ତାହା ରାଷ୍ଟ୍ରକୁ ଦୀର୍ଘସୂତ୍ରୀ ଫାଇଦା ଦେବ ।

PM Modi Agnipath Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ