Advertisment

"ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ": ୟୁକ୍ରେନ୍

ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଡମିରି ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।

Modi Talk With Putin

Modi Talk With Putin

Advertisment

ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସାହାର୍ଯ୍ୟ ପାଇଁ ସହାୟତା ଲୋଡ଼ିଲା ୟୁକ୍ରେନ୍‌ । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ୟୁକ୍ରେନ୍ ପକ୍ଷରୁ ନିର୍ଦ୍ଧାରିତ ଫ୍ଲାଇଟ୍ ବାତିଲ ହୋଇଥିବାରୁ ଉଦ୍ଧାର ପାଇଁ ଭାରତ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ କିଭ୍‌ ଯାଉଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଛି।

Advertisment

ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଡମିରି ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳେ ରୁଷ ୟୁକ୍ରେନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ତେବେ ଯୁଦ୍ଧ ସଙ୍କଟକୁ ନେଇ ଭାରତର ହସ୍ତକ୍ଷେପ ଲୋଡ଼ିଛି ୟୁକ୍ରେନ୍‌। ପୂର୍ବରୁ ସୋଭିଏତ ୟୁନିଅନର ୟୁକ୍ରେନ୍‌ ଅଂଶୀଦାର ଥିଲା। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବରିଷ୍ଠ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ।

ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଲଢ଼େଇରେ ଭାରତ ଉପରେ କି ପ୍ରକାର ପ୍ରଭାବ ପକାଇ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେହିପରି ଯୁଦ୍ଧ ଯୋଗୁ ବୃଦ୍ଧି ପାଇଥିବା ଅଶୋଧିତ ତୈଳ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା । ଯୁଦ୍ଧକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଷଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପହଞ୍ଚିଥିଲେ। ସେହିପରି ଆଜିର ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏବଂ ଅନ୍ୟ ଅଧିକାରୀ ମାନେ ପହଞ୍ଚିଥିଲେ। ୟୁକ୍ରେନ୍‌ ଏକାଧିକ ସହରରେ ରୁଷ ମିଶାଇଲ୍‌ ଆଟାକ କରିଛି। ସେହିପରି ୟୁକ୍ରେନ୍ ସୀମାରେ ପଣି ରୁଷ ସେନା ନିୟୋଜିତ କରିଛି।

Advertisment

ୟୁକ୍ରେନ ବିରୋଧରେ ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରଅହଣ କରାଯାଛି ବୋଲି ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି । ସେହିପରି ଯୁଦ୍ଧ ସଙ୍କଟ ନେଇ ପ୍ରଧାମନ୍ତ୍ରୀଙ୍କ ମୋଦିଙ୍କ ସହ ଅଥର୍ମନ୍ତ୍ରୀ ସୀତାରମଣ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ ବୋଲି କହିଛନ୍ତି । ସେପଟେ ରୁଷର ଆକ୍ରମଣ ପରେ ସେୟାର ବଜାର ଦୋହଲିଯାଇଛି। ୩୦ ସେୟାର ବିଶିଷ୍ଟ ଷ୍ଟକଏକ୍ସଚେଞ୍ଚରେ ସେନସେକ୍ସ କ୍ରାଶ ହୋଇ ୨୭,୦୦ ପଏଣ୍ଟକୁ ହ୍ରାସ ପାଇଛି। ସେହିପରି ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଅଶୋଧିତ ତୈଳର ଦାମ୍ ୮ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଯାଇଛି।

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଦାମ୍ ୧୦୩ ଡଲାର୍ ପ୍ରତି ବ୍ୟାରେଲ୍ ପହଞ୍ଚିଯାଇଛି। ଏହାପୂର୍ବରୁ ୨୦୧୪ରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳର ଦାମ୍ ୧୦୦ ଡଲାର୍ ପାର ହୋଇଯାଇଥିଲା। ଏହା ବ୍ୟତୀତ ପ୍ରାକୃତିକ ଗ୍ୟାସର ଦାମ୍ ମଧ୍ୟ ବଢିବାରେ ଲାଗିଛି। ତେଣୁ ଆଗାମୀ ଦିନରେ ଏଲପିଜି ଓ ସିଏନଜି ଗ୍ୟାସର ଦାମ୍ ମଧ୍ୟ ୧୦ରୁ ୧୫ ଟଙ୍କା ବଢିପାରେ। ମିଡିଆ ରିପୋର୍ଟ ଅନୁସାରେ ଋଷିଆ ପୃଥିବୀରେ ସବୁଠାରୁ ଅଧିକ ତେଲ ଉତ୍ପାଦନ କରିଥାଏ। ଯୁଦ୍ଧ ସ୍ଥିତିରେ ଯୋଗାଣ ବାଧାପ୍ରାପ୍ତ ହେଉଛି ତେଣୁ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି।

Advertisment
RussiaUkraineWar Modi Talk With Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ