Advertisment

PM Modi:ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା, ସରକାର ଦେବେ ୧୫,୦୦୦ ଟଙ୍କା

ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ବିକଶିତ ଭାରତ ରୋଜଗାର ଯୋଜନା ଘୋଷଣା କଲେ ମୋଦି । ଯୁବକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା । ଆଜିଠାରୁ ଯୋଜନା ଲାଗୁ , ଯୁବକଙ୍କୁ ରୋଜଗାର ମିଳିବ ।

ଅଦ୍ୟତନ ହୋଇଛି
modi

modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ଅର୍ଥାତ ଆଜି ଲାଲକିଲ୍ଲାରୁ ଯୁବପିଢ଼ିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେ ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ନାମରେ ଆରମ୍ଭ କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ପିଲାଙ୍କୁ ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ମୋ ଦେଶର ଯୁବକମାନେ, ଆଜି ଅଗଷ୍ଟ ୧୫ ତାରିଖ ଏବଂ ଏହି ଦିନରେ ଆମେ ଆମ ଦେଶର ଯୁବକମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରୁଛୁ। ଆଜିଠାରୁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ ହେଉଛି... ଏହି ଯୋଜନା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଉଥିବା ଯୁବକ ଓ ଯୁବତୀମାନେ ସରକାରଙ୍କଠାରୁ ୧୫,୦୦୦ ଟଙ୍କା ପାଇବେ। ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆଯିବ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଯୁବକମାନଙ୍କ ପାଇଁ ପ୍ରାୟ ୩.୫ କୋଟି ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବ..."

Advertisment

PM Modi Government Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ