Advertisment

ଭବ୍ୟ, ଦିବ୍ୟ, ଶକ୍ତି ଓ ଶାନ୍ତିର ଅନନ୍ୟ ନମୁନା : ଉଜୈନର ବାବା ମହାକାଳଙ୍କ ପ୍ରାଙ୍ଗଣ

କେନ୍ଦ୍ର ସରକାର, ମଧ୍ୟପ୍ରଦେଶ ସରକାର, ବାବା ମହାକାଳ ଟ୍ରଷ୍ଟ, ଶ୍ରଦ୍ଧାଳୁଙ୍କଠାରୁ ଦାନ ସୂତ୍ରରେ ସଂଗୃହିତ ଅର୍ଥରେ ହୋଇଛି କରିଡର ନିର୍ମାଣ

Mahakal Lok Lokarpan

Mahakal Lok Lokarpan

Advertisment

ଭବ୍ୟ, ଦିବ୍ୟ, ଭକ୍ତି, ଶକ୍ତି ଓ ଶାନ୍ତିର ଅନନ୍ୟ ନମୁନା । ନୂଆ ରୂପରେ ଆତ୍ମ ପ୍ରକାଶ କରିବାକୁ ଯାଉଛି ମଧ୍ୟପ୍ରଦେଶ ଉଜୈନର ବାବା ମହାକାଳଙ୍କ ପ୍ରାଙ୍ଗଣ । ମହାକାଳ ନଗରୀ ଭାବେ ପରିଚିତ ଉଜୈନରେ ଦେବ ଦେବ ମହାଦେବଙ୍କ ବିଜେସ୍ଥଳୀ ଏତେ ବିଶାଳ, ଏତେ ବିହଙ୍ଗମ ଯେ, ଯିଏ ବି ଏହାର ଅବଲୋକନ କରିବ ମନ୍ତ୍ରମୁଗ୍ଧ ହୋଇଯିବ । ସେଥିରେ ତିଳେମାତ୍ର ସନ୍ଦେହ ନାହିଁ । ବାରଣାସିର କାଶି ବିଶ୍ୱନାଥ କରିଡର ଭଳି ଉଜୈନ୍ୟ ମହାକାଳ କରିଡରକୁ ଅତି ବର୍ଣ୍ଣାଢ୍ୟ ଭାବେ ନିର୍ମାଣ କରାଯାଇଛି ।

Advertisment

ବାବା ମହାକାଳଙ୍କ ଆରଧାନା ସାଙ୍ଗକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଲାଗି ଏହା ହେବାକୁ ଯାଉଛି ଏକ ପ୍ରମୁଖ ଆକର୍ଷଣ । କରିଡର ନିର୍ମାଣ କାମ ପ୍ରାୟତଃ ସଂପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିବେ ।

କେନ୍ଦ୍ର ସରକାର, ମଧ୍ୟପ୍ରଦେଶ ସରକାର, ବାବା ମହାକାଳ ଟ୍ରଷ୍ଟ, ଶ୍ରଦ୍ଧାଳୁଙ୍କଠାରୁ ଦାନ ସୂତ୍ରରେ ସଂଗୃହିତ ଅର୍ଥରେ ହୋଇଛି କରିଡର ନିର୍ମାଣ । ଏହି ଭବ୍ୟ କରିଡର ନିର୍ମାଣରେ ୭୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ୪୨୧ କୋଟି, କେନ୍ଦ୍ର ୨୭୧, ମନ୍ଦିର ଟ୍ରଷ୍ଟ ୨୧ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଶ୍ରଦ୍ଧାଳୁଙ୍କଠାରୁ ଏଯାଏଁ ୮୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ ହେଲାଣି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି କରିଡର କାମ ଲାଗି ୮୦ କୋଟି ଟଙ୍କା ପ୍ରଦାନ କରିଛି ଫ୍ରାନ୍ସ । ତେବେ କଣ ପାଇଁ ମହାଦେବଙ୍କ ମନ୍ଦିର ନିର୍ମାଣ ଲାଗି ଏତେ ଅର୍ଥ ଦାନ କଲା ଫ୍ରାନ୍ସ ।

Advertisment

କୁହାଯାଉଛି ବିଶ୍ୱର ଅନ୍ୟ ଦେଶ ଭଳି ଫ୍ରାନ୍ସରେ ବି ହିନ୍ଦୁ ଧର୍ମ ପ୍ରତି ବଢୁଛି ଶ୍ରଦ୍ଧା । ବହୁ ସଂଖ୍ୟାରେ ଲୋକ ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ମିତ୍ରତା କାହାକୁ ଅଛପା ନାହିଁ । ସବୁ କ୍ଷେତ୍ରରେ ଫ୍ରାନ୍ସ ଭାରତକୁ ସହାୟତା କରିବ ବୋଲି ନିକଟରେ ନୂଆଦିଲ୍ଲୀ ଆସିଥିବା ଅବସରରେ କହିଥିଲେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ । ଦୁଇ ଦେଶ ମଧ୍ୟରେ ନିବିଡତା ଦୃଢ଼ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାକ୍ରନର ଏହା ଭେଟି ବୋଲି ଚର୍ଚ୍ଚା ହେଉଛି ।

PM Modi Mahakal Temple Ujjain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ