Advertisment

ଯୋଗୀ ଆଦିତ୍ୟନାଥଙ୍କ ସହ ମେଟ୍ରୋରେ ବସି ବୁଲିଲେ ମୋଦି

କାନପୁର ମେଟ୍ରୋ ରେଳର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି ।

ଅଦ୍ୟତନ ହୋଇଛି
modi in metro

modi in metro

Advertisment

କାନପୁର ମେଟ୍ରୋ ରେଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି । ମୋଦିଙ୍କ ସହିତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ମୋଦିଙ୍କ ସହିତ ମେଟ୍ରୋ ରେଳରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି ।

Advertisment

ବର୍ତ୍ତମାନ ସୁଦ୍ଧା କାମ କରିଥିବା କାନପୁର ମେଟ୍ରୋ ରେଲ୍‌ର ଲମ୍ବା ହେଉଛି ୩୨ କିଲୋମିଟର । ପ୍ରାୟ ୧୧ ହଜାର କୋଟି ଟଙ୍କା ଏଥିରେ ବ୍ୟୟ କରାଯାଇଥିବାର ସୂଚନା ମିଳିଛି । କାନପୁର ସହର ଭିତରେ ଗମନାଗମନର ସୁବିଧା ଓ ଭିଡ଼କୁ ହ୍ରାସ କରିବା ଦିଗରେ ଏହି ମେଟ୍ରୋ ରେଳର ନିର୍ମାଣ ହୋଇଛି । ଏଥିରେ ରହିଛି ୨ଟି କରିଡର । ପ୍ରଥମ ରୁଟ୍ ହେଲା ଆଇଆଇଟି କାନପୁରରୁ ମୋତିଝିଲ୍ ।

୨୦୧୯ ନଭେମ୍ବର ୧୫ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ରେକର୍ଡ ସମୟରେ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇପାରିଛି । ଦୁଇ ବର୍ଷ ପୂର୍ବେ ମୋତି ଝିଲରୁ କାନପୁର ଆଇଆଇଟି ପର୍ଯ୍ୟନ୍ତ ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା । ମେଟ୍ରୋ ପ୍ରକଳ୍ପର କାର୍ଯ୍ୟ ନେଇ ମୋଦି ମଧ୍ୟ ସମୀକ୍ଷା କରିଥିଲେ । ସେହିପରି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିମି ଲମ୍ବ ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। ଏହି ପ୍ରକଳ୍ପ ପାଇଁ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

Advertisment
PM Modi Kanpur Metro Rail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ