PM Modi impressed by a kid's fluency in Hindi in Tokyo
ଦୁଇ ଦିନିଆ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ଟୋକିଓରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହୋଟେଲ୍ ନ୍ୟୁ ଓଟାନିରେ ଭବ୍ୟ ସ୍ୱାଗତ କରାଯାଇଥିଲା। ହୋଟେଲ୍ ବାହାରେ ପ୍ରଧାମନନ୍ତ୍ରୀଙ୍କ ଅପେକ୍ଷାରେ ଥିବା ଛୋଟ ଛୋଟ ପିଲାମାନେ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ରିତ୍ସୁକି କୋବାୟାଶି ନାମକ ଜଣେ ବାଳକ ହିନ୍ଦୀ ଭାଷାରେ କଥା ହେଉଥିବା ଦେଖି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।
ଅଟୋଗ୍ରାଫ୍ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି ରିତ୍ସୁକିଙ୍କୁ ପ୍ରଶଂସା କରି କହିଥିଲେ, Waah! ହିନ୍ଦୀ ତୁମେ କେଉଁଠୁ ଶିଖିଲ ? ଏତେ ଭଲ ଭାବରେ ତୁମେ ହିନ୍ଦୀ ଜାଣିଛ ? ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ପ୍ରଶଂସା ଶୁଣି ରିତ୍ସୁକି ବହୁତ ଖୁସି ହୋଇ କହିଥିଲେ, ‘କାଗଜରେ ଲେଖିଥିବା ମୋର ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ମୋଦି ପଢ଼ିଲେ। ଏପରିକି ପ୍ରଧାନମନ୍ତ୍ରୀ ମୋତେ ଅଟୋଗ୍ରାଫ୍ ମଧ୍ୟ ଦେଲେ। ଏଥିପାଇଁ ମୁଁ ବହୁତ ଖୁସି।’
ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଡ ବୈଠକରେ ସାମିଲ ହେବା ପାଇଁ ପିଏମ୍ ମୋଦି ୨ ଦିନିଆ ଜାପାନ ଗସ୍ତ କରିଛନ୍ତି। ଆଜି ଓ ଆସନ୍ତାକାଲି ହେବାକୁ ଥିବା କ୍ୱାର୍ଡ ଦେଶ ସମୂହର ବୈଠକରେ ସାମିଲ ହୋଇ ମୋଦି ଭାରତର ପ୍ରତିନିଧିତ୍ୱ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନବନିର୍ବାଚିତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବାନୀସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥର ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653287254.jpg)