Advertisment

ମୋଦି ହେଲେ ବିଶ୍ୱର ନମ୍ବର ୱାନ୍ ନେତା : ପଛରେ ପଡ଼ିଲେ . . .

ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅଦ୍ୟତନ ହୋଇଛି
narendr modi

narendr modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନେତା ନମ୍ବର ୱାନ୍ । ପଛରେ ପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ । ୧୬ ଜଣ ପ୍ରଭାବଶାଳୀ ନେତାଙ୍କୁ ପଛରେ ପକାଇ ୱାର୍ଲଡର ଟପ୍ ଲିଡର ରେଟିଂରେ ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ବିଶ୍ୱର ସର୍ବାଧିକ ଲୋକପ୍ରୀୟ ନେତା ହେବାର ଗୌରବ ହାସଲ କରିଛନ୍ତି । ମୋଦିଙ୍କୁ ପସନ୍ଦ କରୁଛନ୍ତି ବିଶ୍ୱର ସର୍ବାଧିକ ବୟସ୍କ। ମୋଦିଙ୍କ ନେତୃତ୍ୱକୁ ଭଲ ପାଉଛନ୍ତି ଅଧିକରୁ ଅଧିକ ଲୋକ ।

Advertisment

ଆମେରିକୀୟ କମ୍ପାନି ମର୍ଣ୍ଣିଂ କନ୍‌ସଲ୍ଟ ସର୍ଭେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ରେଟିଂ ୭୮ ପ୍ରତିଶତ ଦର୍ଶାଯାଇଛି ଯାହାକି ବିଶ୍ୱନେତାଙ୍କ କ୍ଷେତ୍ରରେ ସର୍ବାଧିକ। ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ୍‌ ମେନୁଅଲ୍‌ ଲୋପେଜ ଓବ୍‌ରୋଡୋର। ଓବ୍‌ରୋଡୋରଙ୍କୁ ୬୮ ପ୍ରତିଶତ ଲୋକପ୍ରିୟତା ରେଟିଂ ମିଳିଛି । ତୃତୀୟ ସ୍ଥାନରେ ସ୍ୱିଜରଲାଣ୍ଡ୍‌ ରାଷ୍ଟ୍ରପତି ଆଲେନ ବେର୍‌ସେଟ ଅଛନ୍ତି। ତାଙ୍କୁ ମିଳିଛି ୬୨ ପ୍ରତିଶତ ଲୋକପ୍ରିୟତା ରେଟିଂ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲ୍‌ବାଜିନ ୫୮ ପ୍ରତିଶତ ରେଟିଂ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ବ୍ରାଜିଲ ରାଷ୍ଟ୍ରପତି ୫୦ ପ୍ରତିଶତ ରେଟିଂ ସହ ୫ମ ସ୍ଥାନରେ ଅଛନ୍ତି। ରେଟିଂରେ ବହୁ ପଛରେ ପଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦ ପ୍ରତିଶତ ରେଟିଂ ସହିତ ସପ୍ତମ ସ୍ଥାନରେ ରହିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୩୦ ପ୍ରତିଶତ ରେଟିଂ ସହ ୧୩ତମ ସ୍ଥାନରେ ଅଛନ୍ତି ।

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ