Advertisment

‘ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ’...ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

କିଛିବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ।

ଅଦ୍ୟତନ ହୋଇଛି
PM Modi Greets Sonia Gandhi On Her Birthday

PM Modi Greets Sonia Gandhi On Her Birthday

Advertisment

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କର ୭୭ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ Xରେ ପୋଷ୍ଟ ଶେୟାର କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । 

Advertisment

‘ଭଗବାନ ତାଙ୍କୁ(ସୋନିଆ ଗାନ୍ଧି) ଦୀର୍ଘାୟୁ ଓ ସୁସ୍ଥ ରଖନ୍ତୁ’ ବୋଲି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି । ୧୯୪୬ ମସିହା ଡିସେମ୍ବର ୯ରେ ଇଟାଲୀରେ ସୋନିଆ ଗାନ୍ଧି ଜନ୍ମଗ୍ରହଣ କରିଥିଲେ । ଦୀର୍ଘ ଦିନ ସେ କଂଗ୍ରେସ ଅଧ୍ୟକ୍ଷା ଥିଲେ । 

Advertisment

ତେବେ କିଛିବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ସୋନିଆଙ୍କ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଗାନ୍ଧି ଏବେ ପାର୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। 

Sonia Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ