Advertisment

ବ୍ରେକ୍‌ଫାଷ୍ଟ ପାଇଁ ଡାକି ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।

PM Modi Gives Tips To BJP MPs

PM Modi Gives Tips To BJP MPs

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ। ସାଂସଦମାନଙ୍କ ଭୂମିକା କିଭଳି ହେବା କଥା, ଲୋକଙ୍କ ସହ କିଭଳି ସମ୍ପର୍କ ରଖିବେ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।

Advertisment

ଏହାସହ କେନ୍ଦ୍ର ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ। ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ ? ସାଂସଦମାନେ କେମିତି ଲୋକପ୍ରିୟତା ପାଇବେ ? ସେନେଇ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଥିଲେ। 

ଏହି ଅବସରରେ ଓଡ଼ିଶାର କଥା ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତର ଦେଇଥିଲୁ ବୋଲି ସାଂସଦ ବସନ୍ତ ପଣ୍ଡା କହିଛନ୍ତି। ତେବେ ବ୍ୟକ୍ତିଗତ ଓଡ଼ିଶା ସମ୍ପର୍କରେ ସେମିତି କିଛି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Advertisment

କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ତୃଣମୂଳ ସ୍ଥରରେ ସଂଗଠନକୁ ସୁଦୃଢ କରିବା, ଲୋକଙ୍କ ସହ ମିଶି ବିଶ୍ୱାସଭାଜନ ହେବା ପାଇଁ ବିଜେପି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ। ଆଜି ଓଡ଼ିଶା, ଦିଲ୍ଲୀ, ହରିୟାଣା ଓ ଉତ୍ତରାଖଣ୍ଡର ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ନିଜ ବାସଭବନକୁ ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୁରୁମନ୍ତ୍ର ଦେଇଛନ୍ତି।   

PM Modi BJP MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ