PM Modi gives 5 points to save soil, recalls policies in 8 years for environment
ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଆୟୋଜିତ ‘ସେଭ୍ ଦ ସୋଏଲ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଭୂମିକୁ ବଞ୍ଚାଇବାକୁ ୫ ସୂତ୍ରୀ ନିୟମ ମାନିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ସରକାର ପେଟ୍ରୋଲରେ ୧୦ ପ୍ରତିଶତ ଇଥନାଲ ବ୍ଲେଡିଙ୍ଗ୍ ର ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିଛନ୍ତି । ନିର୍ଦ୍ଧାରିତ ଲକ୍ଷ୍ୟ ସମୟର ୫ ମାସ ପୂର୍ବରୁ ହିଁ ଏହି ଲକ୍ଷ୍ୟ ପୂରଣ କରାଯାଇଛି । ସମୟ ଥିଲା ଯେତେବେଳେ ଆମ କୃଷକଙ୍କ ପାଖରେ ନିଜ ଜମିର ମାନକୁ ନେଇ କୌଣସି ସୂଚନା ନଥିଲା । ଆଜି କିନ୍ତୁ ସଏଲ ହେଲ୍ଥ କାର୍ଡ ଏହି ସମସ୍ୟାର ସମାଧାନ ହେଉଥିବା ନିଜ ଅଭିଭାଷଣରେ କହିଛନ୍ତି ମୋଦି ।
ଦେଶରେ ସୋଏଲ ହେଲ୍ଥ କାର୍ଡର ପ୍ରଚଳନ ଏକ ବଡ଼ ଅଭିଯାନର ରୂପ ନେଇ ସେହି ସମସ୍ୟାର ସମାଧାନ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ବିଶ୍ୱର ଅନେକ ଅତ୍ୟାଧୁନିକ ରାଷ୍ଟ୍ର ଭୂ-ସମ୍ପତ୍ତି ଉତ୍ତୋଳନ କରିବା ସହ ଅଧିକ ପରିମାଣରେ ପ୍ରାକୃତିକ ସମ୍ପଦ ନଷ୍ଟ କରୁଛନ୍ତି , ପରିବେଶ ବି ପ୍ରଦୂଷଣ କରୁଛନ୍ତି । ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ମାଟିକୁ କେମିକାଲ ମୁକ୍ତ କରାଯାଉ, ମାଟିରେ ଥିବା ଜୀବନକୁ ବଞ୍ଚାଇବାକୁ ଆହ୍ୱାନ, ମାଟିର ଉର୍ବରତା ବଜାୟ ରଖିବା ସହ ଜଳ ଯୋଗାଣ ଉପରେ ଗୁରୁତ୍ୱ, ଭୂତଳ ଜଳ ସ୍ତର ହ୍ରାସ ଯୋଗୁଁ ହେଉଥିବା ସମସ୍ୟାର ସମାଧାନ ପାଇଁ ପ୍ରୟାସ, ବନାଞ୍ଚଳ ହ୍ରାସ ପାଇବା ଯୋଗୁଁ ଉତ୍ପନ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us