Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୧୨ କୋଟି ଟଙ୍କାର କାର୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ନୂଆ କାର୍‌। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
PM Modi Gets New Rs 12-Crore Car

PM Modi Gets New Rs 12-Crore Car

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ନୂଆ କାର୍‌। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ ବୋଲି ଜଣାପଡ଼ିଛି। Range Rover Vogue ଓ Toyota Land Cruiser ପରେ ଏବେ ମର୍ସିଡିସ୍ ମେବାକ୍ ଏସ୍-୬୫୦(Mercedes-Maybach S650) କାର୍‌ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କିଣା ଯାଇଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଥିବା ଜଣାପଡ଼ିଛି। 

Advertisment

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଆଗମନ ବେଳେ ମୋଦି ପ୍ରଥମ ଥର ପାଇଁ ଏହି ଗାଡ଼ିରେ ହାଇଦ୍ରାବାଦ ହାଉସ ଆସିଥିଲେ। Mercedes-Maybach S650ରେ ଭିଆର୍‌-୧୦ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି। ରାଷ୍ଟ୍ରୀୟ ମୁଖ୍ୟଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍‌ପିଜିର ସୁପାରିସ ଆଧାରରେ ଏହି ସୁରକ୍ଷିତ ଦାମୀ କାର୍ କିଣାଯାଇଛି।

  • ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ ଗାଡ଼ି ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରିବ। ଗାଡ଼ିଟି ସମ୍ପୂର୍ଣ୍ଣ ବୁଲେଟ୍ ପ୍ରୁଫ୍ ମର୍ସିଡିସ୍ ମେବାକ୍ ମଡେଲ ୨୦୧୦ରେ ବିସ୍ଫୋରଣ ନିରୋଧୀ ଗାଡ଼ିର ମାନ୍ୟତା ପାଇଥିଲା।
  • ସବୁଠାରୁ ବଡ଼ କଥା, ଗାଡ଼ିଟି ୨ ମିଟର ଦୂରରୁ ୧୫ କିଲୋ ଓଜନର ବିସ୍ଫୋରକର ବିସ୍ଫୋରଣକୁ ସମ୍ଭାଳି ପାରିବ। ଗାଡ଼ିର ତଳଟି ସମ୍ପୂର୍ଣ୍ଣ ଭାବେ ବିସ୍ଫୋରଣ ନିରୋଧୀ।
  • ଭିତରପଟେ ଗାଡ଼ିର କାଚ ଓ ଡୋର୍‌ ଗୁଡ଼ିକ ସୁରକ୍ଷା ଦେବା ଭଳି ତି‌ଆରି ହୋଇଛି।
  • ଗ୍ୟାସ୍‌ ଆକ୍ରମଣକୁ ମଧ୍ୟ ଏହି ଗାଡ଼ି ପ୍ରତିହତ କରିପାରିବ। କ୍ୟାବିନ ଭିତରେ ଥିବା ସ୍ୱତନ୍ତ୍ର ଏୟାର ସପ୍ଲାଏ ବ୍ୟବସ୍ଥା ଥିବାରୁ ଗ୍ୟାସ୍‌ ଆକ୍ରମଣ ହେଲେ ଏହା ସୁରକ୍ଷା ଦେଇପାରିବ।
  • ଗାଡ଼ିର ତେଲ ଟାଙ୍କିକୁ ସୁରକ୍ଷା ଦେବା ଲାଗି ଏହା ଉପରେ ଏକ ପ୍ରକାର ପ୍ରଲେପ ଦିଆଯାଇଛି। ବୋଇଂ ହେଲିକପ୍ଟର ଏଏଚ୍-୬୪ ଆପାଚିରେ ଯେଉଁ ପ୍ରକାର ପ୍ରଲେପ ଦିଆଯାଇଛି, ଏହି ଗାଡ଼ିରେ ମଧ୍ୟ ସମାନ ପ୍ରଲେପ ରହିଛି।
  • ଗାଡ଼ିର ଚକ ମଧ୍ୟ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଛି।
Advertisment

ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମହିନ୍ଦ୍ରା ସ୍କର୍ପିଓ ବ୍ୟବହାର କରୁଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ BMW-7 ଚଢ଼ିଥିଲେ। ପରେ ପରେ Range Rover Vogue ବ୍ୟବହାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

PM Modi PM Modi New Car Bullet Proof Car Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ