Advertisment

ଭୁଲି ହେବନି ବିଭାଜନ ଯନ୍ତ୍ରଣା : ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରିବାକୁ ମୋଦିଙ୍କ ଘୋଷଣା

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ପାକିସ୍ତାନ ବିଭାଜନକକୁ ମନେ ପକାଇଛନ୍ତି । ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଘୃଣା ଏବଂ ହିଂସା ହେତୁ ଲକ୍ଷ ଲକ୍ଷ ଭାଇଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଲା, ଏପରିକି ଜୀବନ ହରାଇବାକୁ ପଡିଲା ।

ଅଦ୍ୟତନ ହୋଇଛି
ଭୁଲି ହେବନି ବିଭାଜନ ଯନ୍ତ୍ରଣା : ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରିବାକୁ ମୋଦିଙ୍କ ଘୋଷଣା

narendra modi

Advertisment

ନୂଆଦିଲ୍ଲୀ : କାଳେ କାଳେ ରହିବ ବିଭାଜନ ବ୍ୟଥା ।   ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ପାକିସ୍ତାନ ବିଭାଜନକକୁ ମନେ ପକାଇଛନ୍ତି । ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଘୃଣା ଏବଂ ହିଂସା ହେତୁ ଲକ୍ଷ ଲକ୍ଷ ଭାଇଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଲା, ଏପରିକି ଜୀବନ ହରାଇବାକୁ ପଡିଲା । ସେଦିନର ବ୍ୟଥା, ଯନ୍ତ୍ରଣା ଆଜି ଦେଶବାସୀଙ୍କୁ ଜାଳୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, ବିଭାଜନରେ ବିସ୍ଥାପିତ ଏବଂ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଭଉଣୀ ଏବଂ ଭାଇଙ୍କ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । #PartitionHorrorsRemembranceDay ର ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଦୁର୍ଭାବାନ ବିଷ ଦୂର କରିବାକୁ କେବଳ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ।

୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତାର ସ୍ୱାଦ ପାଇଥିଲା ଦେଶ । କିନ୍ତୁ ବ୍ରିଟିଶ ଶକ୍ତି ସ୍ୱାଧୀନତାର ଖୁସିକୁ ବିଭାଜନର ଦୁଃଖରେ ପରିଣତ କରିଦେଥିଲେ । ୧୪ ଅଗଷ୍ଟରେ ଭାରତ ଏବଂ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଅଗଷ୍ଟ ୧୫ ଦିନ ଲୋକମାନେ ଟ୍ରେନ୍, ଘୋଡା, ଗଧରେ ବସି ନିଜ ଦେଶରୁ ଅନ୍ୟ ଦେଶକୁ ଯାଉଥିଲେ । ପାକିସ୍ଥାନରୁ ଭାରତ ଏବଂ ଭାରତରୁ ପାକିସ୍ଥାନକୁ ଯାଉଥିବା ଲୋକଙ୍କ ମୁହଁରୁ ସମସ୍ତ ରଙ୍ଗ ହଜି ଯାଉଥିଲା ।

Advertisment

ବିଭାଜନ ସମୟରେ ଉଭୟ ପାର୍ଶ୍ୱରେ ଦଙ୍ଗା ଆରମ୍ଭ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଲୋକ ହିଂସାରେ ପ୍ରାଣ ହରାଇଥିଲେ । ଏହି ସଂଖ୍ୟାକୁ ୧୦ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ହେବ ବୋଲି କିଛି ରିପୋର୍ଟରେ କୁହାଯାଇଛି । ମହିଳା, ଶିଶୁ, ବୃଦ୍ଧ ସମସ୍ତେ ଏହି ହିଂସାର ଶିକାର ହୋଇଥିଲେ । ସେପଟେ ପାକିସ୍ତାନର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ଏବଂ ପାକିସ୍ତାନର ଯବାନମାନେ ଅଟ୍ଟାରୀ-ୱାଘା ସୀମାରେ ପରସ୍ପରକୁ ମିଠା ବାଣ୍ଟିଛନ୍ତି ।

Advertisment
PM Modi Partition Horror Remembrance Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ