Advertisment

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।

Narendra Modi

Narendra Modi

Advertisment

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦୀପାବଳିରେ ମୋଦି ହିମାଚଳ ପ୍ରଦେଶର ଲେପ୍ ଚା ସୀମାକୁ ଯାଇ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି । ଯବାନ ମାନେ ୟୁନିଫର୍ମରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ୟୁନିଫର୍ମରେ ଅଛନ୍ତି । ପ୍ରତିବର୍ଷ ମୋଦି ବର୍ଡର ଏରିଆକୁ ଯାଇ ଯବାନଙ୍କ ସହ ସାମିଲ ହୋଇଥାନ୍ତି ।

Advertisment

ଏବର୍ଷ ମୋଦି ହିମାଚଳର ଲେପଚା ଯାଇଛନ୍ତି । ୟୁନିଫର୍ମରେ ଥାଇ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମିଠା ଖୁଆଇଥିଲେ । ଗତବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ କାରଗିଲ୍ ଯାଇ ଭାରତୀୟ ଯବାନଙ୍କ ସହ ସାମିଲ ହୋଇଥିଲେ ।

ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍(ବର୍ତ୍ତମାନର ଏକ୍ସ)ରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମର ସାହସୀ ଯୋଦ୍ଧାଙ୍କ ସହ ଦୀପାବଳି ମନାଇବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଲି।"

Advertisment

ଚୀନ୍ ସୀମା ନିକଟ ଲେପଚାରେ ଇଣ୍ଡୋ-ତିବ୍ଦତୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ୍ ଏବଂ ଭାରତୀୟ ସେନା ମୁତୟନ ରହିଥାନ୍ତି । ହିମାଚଳ ପ୍ରଦେଶ ଚୀନ୍ ସହିତ ୨୬୦ କିଲୋମିଟର ଲମ୍ବା ସୀମା ଶେଆର୍ କରିଛି । ଏଥିମଧ୍ୟରୁ ୧୪୦ କିଲୋମିଟର କିନ୍ନଉର ଜିଲ୍ଲାରେ ଥିବାବେଳେ ୮୦ କିଲୋମିଟର ଲହଉଲ ଏବଂ ସ୍ପିଟି ଜିଲ୍ଲାରେ ଅଛି । ଚୀନ୍‌ର ସୀମା ରକ୍ଷା ପାଇଁ ୨୦ଟି ପୋଷ୍ଟରେ ପାଞ୍ଚଟି ବାଟାଲିୟନ ଆଇଟିବିପି ନିୟୋଜିତ ହୋଇଛନ୍ତି ।

Advertisment

ନିଜ ଜୀବନକୁ ବାଜି ଲଗାଇ ସେନା କର୍ମଚାରୀମାନେ ଆମକୁ ସୁରକ୍ଷା ଯୋଗାଇଥାନ୍ତି । କି ବର୍ଷା, କି ଖରା କି ଶୀତ...ଜାନି-ଯାତ, ପୂଜା-ପର୍ବରେ ବି ଘର କଥା ନଭାବି ସୁରକ୍ଷା ଦାୟିତ୍ୱରେ ରହନ୍ତି । ଆମର ଏହି ସାହସୀ ଯୋଦ୍ଧାଙ୍କ ନିକଟରେ ଆମେ ଚୀର କୃତଜ୍ଞ । ଏଥିପାଇଁ ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା କର୍ମଚାରୀଙ୍କ ସହ ଦୀପାବଳି ମନାଇଥାନ୍ତି ।

Narendra Modi Indian Army Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ