Advertisment

‘ଏ ଶତାଦ୍ଦୀର ସ୍ବଚ୍ଛ ଭାରତ ସବୁଠୁ ବଡ଼ ଓ ସଫଳ ଜନ ସଂକଳ୍ପ ହୋଇପାରିଛି’

ଦେଶବାସୀଙ୍କ ସହଯୋଗରେ ହିଁ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସେ କହିଛନ୍ତି ଯେ, ‘ସ୍ବଚ୍ଛ ଭାରତ ମିଶନ’ ସ୍ମରଣୀୟ ହୋଇ ରହିବ ।

ଅଦ୍ୟତନ ହୋଇଛି
Swachh Bharat Mission

Swachh Bharat Mission

Advertisment

ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଥିବା ବେଳେ ଆଜି ଦେଶ ପାଳିଛି ସ୍ବଚ୍ଛ ଭାରତ ଦିବସ। ଦିଲ୍ଲୀ ବିଜ୍ଞାନ ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା ସହ ସ୍ବଚ୍ଛତା ଅଭିଯାନରେ ସାମିଲ ହେବା ଲାଗି ଦେଶବାସୀଙ୍କୁ ଧନ୍ୟବାଦ ଜଣାଛନ୍ତି। ଏହି ଅବସରରେ ସ୍ବଚ୍ଛତା ମିଶନ ସହ ଜଡ଼ିତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ସ୍ମରଣୀୟ ହୋଇ ରହିବ ସ୍ବଚ୍ଛ ଭାରତ ମିଶନ। କେବଳ ଗୋଟିଏ ଦିନ ନୁହେଁ, ପିଢ଼ିପିଢ଼ି ଧରି ଚାଲିବା ଦରକାର ଏହି ଅଭିଯାନ। ସ୍ବଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଶତାବ୍ଦୀର ସ୍ବଚ୍ଛ ଭାରତ ସବୁଠୁ ବଡ଼ ଓ ସଫଳ ଜନ ସଂକଳ୍ପ ହୋଇପାରିଛି । ଏକବିଂଶ ଶତାବ୍ଦୀର ସ୍ବଚ୍ଛ ଭାରତ ମିଶନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି। 

ବିବାହ, ବ୍ରତଘର ଆଦି କାର୍ଯ୍ୟକ୍ରମରେ ସ୍ବଚ୍ଛତାର ସନ୍ଦେଶ ଦେଖିବାକୁ ମିଳୁଛି। ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ ପରେ ଲୋକଙ୍କ ସହଯୋଗ ଅତୁଳନୀୟ। ଝୋଟ ବ୍ୟାଗ ଓ କାଗଜ ପ୍ଲେଟ ପ୍ରସ୍ତୁତ କରି ଅନେକ ଲୋକେ ସହଯୋଗ କରିଛନ୍ତି। ସ୍ବଚ୍ଛତା ଅଭିଯାନରେ ଶୌଚାଳୟକୁ ବହୁ ଲୋକେ ଗୁରୁତ୍ବ ଦେଇଥିବା ମୋଦି କହିଛନ୍ତି। ଏହି ଅବସରରେ ସ୍ବଚ୍ଛତା ମିସନ ସହ ଜଡ଼ିତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ଏପଟେ ରାଜଧାନୀ ଦିଲ୍ଲୀରେ ସ୍ବଚ୍ଛଭାର ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସଫେଇ କର୍ମଚାରୀଙ୍କ ସହ ମିଶି ନଡ୍ଡା ରାସ୍ତାଘାଟ ସଫା କରିବା ସହ ଅଳିଆ ଆବର୍ଜନା ଉଠାଇଛନ୍ତି। ନଡ୍ଡାଙ୍କ ସହ ବିଜେପି ସାଂସଦ ବାଂଶୁରୀ ସ୍ବରାଜ ମଧ୍ୟ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଅଳିଆ ସଫା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦ ପରିସରରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ହାତରେ ଝାଡ଼ୁଧରି ଓମ୍ ବିର୍ଲା ସଂସଦ ପରିସରକୁ ସଫା କରିଛନ୍ତି। କୋଲକାତାରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ରାସ୍ତାଘାଟ ସଫା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। 

ସ୍ବଚ୍ଛତା ହିଁ ସେବା ଥିମକୁ ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି। ସ୍ୟାଣ୍ଡ ଆର୍ଟ ଜରିଆରେ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

Advertisment
PM Modi Swachh Bharat Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ