Advertisment

ସେପ୍ଟେମ୍ବର-ଅକ୍ଟୋବରରେ ଦିନକୁ ୬ ଲକ୍ଷ ଆସିପାରେ କରୋନା କେସ୍‌: ଜରୁରୀ ବୈଠକ ଡ଼ାକିଲେ ପ୍ରଧାନମନ୍ତ୍ରୀ

କରୋନାକୁ ନେଇ ବଢିବାରେ ଲାଗିଛି ଚିନ୍ତା। ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଆତଙ୍କିତ ହେଉଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି?

ଅଦ୍ୟତନ ହୋଇଛି
undefined

PM Narendra Modi

Advertisment

ନୂଆଦିଲ୍ଲୀ: କରୋନାକୁ ନେଇ ବଢିବାରେ ଲାଗିଛି ଚିନ୍ତା। ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଆତଙ୍କିତ ହେଉଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି? ଏବଂ କିପରି ଭାବରେ ଏହାର ସଠିକ୍‌ ଭାବରେ ମୁକାବିଲା କରାଯିବ ସେନେଇ ମୋଦି ବୈଠକ କରିବେ। ଆଜିର ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କ୍ୟାବିନେଟ୍‌ ସଚିବ ଓ ନୀତି ଆୟୋଗର ସଦସ୍ୟ ଉପସ୍ଥିତ ରହିବେ। କାରଣ ପୂର୍ବରୁ ନୀତି ଆୟୋଗ ମଧ୍ୟ ପୂର୍ବାନୁମାନ କରିଛି ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର କରୋନାର ତୃତୀୟ ଲହର ପିକ୍‌ ରହିବ। ଆଉ ଏହି ରିପୋର୍ଟ ମିଳିବା ପରେ ସରକାରଙ୍କ ଚିନ୍ତା ବଢିଛି।

Advertisment

ଆଜି ସାଢେ ୩ଟା ରେ ଏହି ବୈଠକ ବସିବା ପାଇଁ ଯାଉଛି। କରୋନା ମହାମାରୀର ସମୀକ୍ଷା କରିବେ ମୋଦି। ଗତ ଜୁଲାଇରେ ପିଏମ ମୋଦୀଙ୍କ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ ହୋଇଥିଲା। ସେହି ସମୟରେ କରୋନାକୁ ନେଇ ବିଭିନ୍ନ ମନ୍ତ୍ରଣାଳୟକୁ ଅଧିକ ଦାୟିତ୍ୱ ଦିଆଯାଇଥିଲା। କୁହାଯାଉଛି ଆସିବାକୁ ଥିବା ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବେ। ତେଣୁ ଆକ୍ରାନ୍ତଙ୍କୁ କେମିତି ସ୍ୱାସ୍ଥ୍ୟ ସେବା ବିନା କୌଣସି ବାଧାରେ ଯୋଗାଇ ଦିଆଯିବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Advertisment

ଗୃହ ମନ୍ତ୍ରଣାଳୟ ଦ୍ୱାରା ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରାଯାଇଥିଲା। ଯାହା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ତୃତୀୟ ଲହର ଆସିବା ନେଇ ପୂର୍ବାନୁମାନ କରିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ଼ିଜାଷ୍ଟର ମ୍ୟାନେଜ୍‌ମେଂଟ୍‌ ଦ୍ୱାରା ପ୍ରସ୍ତୁତ ବିଶେଷଜ୍ଞ କମିଟି ମଧ୍ୟ କହିଛି ଯେ ପିଲାମାନେ ବୟସ୍କଙ୍କ ପରି ସମାନ ବିପଦରେ ପଡ଼ିବେ। କାରଣ ଯଦି ବହୁ ସଂଖ୍ୟକ ପିଲା ସଂକ୍ରମିତ ହୁଅନ୍ତି, ତେବେ ଡାକ୍ତର, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଇତ୍ୟାଦିର ପୁଣି ଥରେ ଅଭାବ ଦେଖାଯିବ। ତେଣୁ ଅଧିକ ରୋଗୀ ଗୁରୁତର ଆହତ ହୋଇପାରନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ କେବଳ ୭.୬ ପ୍ରତିଶତ (୧୦.୪ କୋଟି) ଲୋକଙ୍କୁ ଦୁଇ ଡୋଜ୍‌ ଟିକା ଦିଆଯାଇଛି। ଯଦି ବର୍ତ୍ତମାନ ସମୟରେ ଟିକାକରଣ ନକରାଯାଏ ତେବେ ଆଗାମୀ ଦିନରେ ଦିନକୁ ୬ ଲକ୍ଷ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇପାରନ୍ତି ବୋଲି କୁହାଯାଉଛି। ଏପ୍ରିଲ-ମେ ମାସରେ ଦେଶରେ କରୋନାର ଦ୍ୱିତୀୟ ଲହର ପିକ୍‌ରେ ରହିଥିଲା। ଯାହାଦ୍ୱାରା ଅନେକ ଲୋକ ଆକ୍ରାନ୍ତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଇଥିଲେ। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ କେନ୍ଦ୍ର ସରକାର ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି।

Advertisment

ଶୁକ୍ରବାର ଦିନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ କୋଭିଡ -19 ର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶିମଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ପିଲାମାନଙ୍କ ଚିକିତ୍ସା ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ। ଠାକୁର କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର କୋଭିଡ -19 ର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବାକୁ ପ୍ରସ୍ତୁତ। ଏଥିପାଇଁ ୨୩ ହଜାର ୧୨୩ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ମୋଦିଙ୍କ ବୈଠକ ଉପରେ ସାରା ଦେଶର ନଜର ରହିଛି।

COVID19 India NarendraModi Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ