Advertisment

ଦାୟିତ୍ୱ ମିଳିଲା: କିଏ କେତେ କାମ କରୁଛି ତାହା ଦେଖିବେ ଦେଶବାସୀ...

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ ଲାଗି ଏହି କ୍ଷେତ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂକଟମୁକ୍ତ କରିବା ପାଇଁ ରାଣେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ତେଣେ ନିଜ ବାପା ମାଧବରାଓ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଅଦ୍ୟତନ ହୋଇଛି
ଦାୟିତ୍ୱ ମିଳିଲା: କିଏ କେତେ କାମ କରୁଛି ତାହା ଦେଖିବେ ଦେଶବାସୀ...

New Union Minister

Advertisment

ନୂଆଦିଲ୍ଲୀ: ଗଲା ଦି ବର୍ଷରେ କେଉଁ ମନ୍ତ୍ରୀ କେତେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ସମସ୍ତଙ୍କ ପ୍ରଦର୍ଶନର ସମୀକ୍ଷା ପରେ ନିଜ ଟିମର ନବକଳେବର କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଶାସନରେ ପାରଦର୍ଶିତା ଆଣିବା ଲାଗି ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ବିଜ୍ଞାନ ଓ ଇଂଜିନିୟରିଂ ଡିଗ୍ରୀଧାରୀଙ୍କୁ ଶିଳ୍ପ, ଆଇଟି, ରେଲଓ୍ୱ ଓ MSME; ଡାକ୍ତରୀ ଡିଗ୍ରୀ ଥିବା ସାଂସଦଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ମନ୍ତ୍ରଣାଳୟ , ମ୍ୟାନେଜମେଂଟ୍‌ ଡ୍ରିଗୀଧାରୀଙ୍କୁ ଅର୍ଥ, ବାଣିଜ୍ୟ, ଲ- ଡ଼ିଗ୍ରୀଧାରୀଙ୍କୁ ଆଇନ ଏବଂ ମହିଳାଙ୍କୁ ସାମାଜିକ ନ୍ୟାୟ, ମହିଳା ଓ ଶିଶୁ ବିକାଶ ଭଳି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି l ସ୍ୱାସ୍ଥ୍ୟ,ଶିକ୍ଷା, ବେସାମରିକ ବିମାନଚଳାଚଳ, ଆଇଟି ଓ ଆଇନ ବିଭାଗ ସରକାରଙ୍କ ଫୋକସରେ ଥିବା ବେଳେ ୨୦୨୪ ନିର୍ବାଚନ ବୈତରଣୀ ପାର ହେବା ରଣନୀତି ଅନୁଯାୟୀ ଟିମ୍ ଗଢିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପ ମହାମାରୀ କରୋନା ମାଡ଼ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଏହି ତିନି କ୍ଷେତ୍ର। ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ହେଉ କି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅବା ଅର୍ଥନୀତିର ଅଣ୍ଟା ସଳଖି ଏହାକୁ ପୁଣି ଟ୍ରାକକୁ ଆଣିବା ମୋଦି କ୍ୟାବିନେଟରେ ଏସବୁ ବିଭାଗର ଦାୟିତ୍ୱ ପାଇଥିବା ମନ୍ତ୍ରୀଙ୍କ ପାଇଁ ବଢିଯାଇଛି ଚ୍ୟାଲେଞ୍ଜ। ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଡାକ୍ତର ହର୍ଷବର୍ଦ୍ଧନଙ୍କ ସ୍ଥାନରେ ମନସୁଖ ମଣ୍ଡଭିୟଙ୍କ ଉପରେ ଭରସା କରିଛନ୍ତି ମୋଦି। ତାଙ୍କ ସହଯୋଗୀ ଭାବେ ଜଣେ ଡାକ୍ତର ଭାରତୀ ପାଓ୍ୱାରଙ୍କୁ ଦାୟିତ୍ୱ ଦିଆଯାଇଛି। ମନସୁଖ-ଭାରତୀ ଟିମ୍ କରୋନା ସ୍ଥିତିର ମୁକାବିଲା ପାଇଁ କି ଷ୍ଟ୍ରାଟେଜି ଆପଣଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ। ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି ଧର୍ମେନ୍ଦ୍ର ପ୍ରଧାନଙ୍କୁ। ମହାମାରୀ କାଳରେ ଦେଶର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ଧର୍ମେନ୍ଦ୍ରଙ୍କୁ ନୂଆ ରଣନୀତି ଆପଣେଇବାକୁ ପଡିବ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ନାରାୟଣ ରାଣେଙ୍କୁ ଦିଆଯାଇଛି MSME ମନ୍ତ୍ରାଳୟ। ଶିଳ୍ପ ବିକାଶକୁ ତ୍ୱରାନ୍ୱିତ ଲାଗି ଏହି କ୍ଷେତ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂକଟମୁକ୍ତ କରିବା ପାଇଁ ରାଣେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ତେଣେ ନିଜ ବାପା ମାଧବରାଓ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। କରୋନା ଲକଡାଉନ୍‌ ଓ ସଟଡାଉନ୍‌ ଦ୍ୱାରା ଏହି କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଏଥିରେ ସ୍ଫୂର୍ତ୍ତି ଆଣିବା ଲାଗି ଜ୍ୟୋତିରାଦିତ୍ୟ କି ପଦକ୍ଷେପ ନେଉଛନ୍ତି ତା ଉପରେ ବି ନଜର ରହିବ।

Advertisment

ଗଭର୍ଣ୍ଣମେଣ୍ଟ ଫର ଗ୍ରୋଥ୍ ନାରା ସହ କରୋନା ମାଡ଼ରେ ଧିମେଇ ଯାଇଥିବା ପ୍ରଶାସନିକ ବ୍ୟବସ୍ଥାକୁ ପୁଣି ଧାବମାନ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ସେଥିଲାଗି ଶିକ୍ଷାଗତ ଯୋଗ୍ୟତା ଓ ପେସାଗତ ଅଭିଜ୍ଞତା ଆଧାରରେ ମନ୍ତ୍ରୀମାନଙ୍କୁ କରାଯାଇଛି ବିଭାଗ ବଣ୍ଟନ। ଅର୍ଥନୀତିର ପ୍ରମୁଖ କ୍ଷେତ୍ର ରେଲେଓ୍ୱ ଓ ଆଇଟି ବିଭାଗର ଦାୟିତ୍ୱ ମିଳିଛି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ। ସେହିପରି ତାଙ୍କ ସହଯୋଗୀ ଅର୍ଥାତ୍ ଆଇଟି ଓ ଇଲେକଟ୍ରୋନିକ୍ସ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ଆଉ ଜଣେ ଟେକ୍ନୋକ୍ରାଟ୍ ରାଜୀବ ଚନ୍ଦ୍ରଶେଖର। କମ୍ପ୍ୟୁଟର ସାଇନସ୍ସରେ ଏମଟେକ୍ କରିଥିବା ରାଜୀବ ହାଓ୍ୱାର୍ଡରୁ ମ୍ୟାନେଜ୍‌ମେଂଟ୍‌ କରିଛନ୍ତି। ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିବା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କର ମଧ୍ୟ ରାଜ୍ୟ ଜଳସଂପଦ ବିଭାଗରେ ବରିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି।

ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ପାଇଥିବା ଜେଡିୟୁ ସାଂସଦ ଆର୍ସିପି ସିଂହ ଅବସରପ୍ରାପ୍ତ ବରିଷ୍ଠ IAS ହୋଇଥିବା ବେଳେ ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂହ ଜଣେ ପିଏଚଡ଼ିଧାରୀ। ସେ ଦୀର୍ଘ ବର୍ଷ ଧରି ମଣିପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି। ମହାରାଷ୍ଟ୍ରର ସର୍ଜରୀ ସ୍ପେସାଲିଷ୍ଟ ଭାଗବତ୍ କିଷାନରାଓ କରାଡ୍ ଓ ପଶ୍ଚିମବଙ୍ଗ ବାଙ୍କୁରା ସାଂସଦ ଡାକ୍ତର ସୁଭାଷ ସରକାର ଭଳି ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ମୋଦିରେ ସ୍ଥାନ ପାଇଛନ୍ତି। ମିଲିଟାରୀ ସାଇନ୍ସ ପ୍ରଫେସର ସତ୍ୟପାଲ ସିଂହ ଓ୍ୱାଘେଲ ହୁଅନ୍ତୁ କି ସୁପ୍ରିମକୋର୍ଟ ଆଇନଜୀବୀ ତଥା ଫାୟାରବ୍ରାଣ୍ଡ ନେତ୍ରୀ ମିନାକ୍ଷୀ ଲେଖି କେନ୍ଦ୍ର କ୍ୟାବିନେଟ୍ ଏକ ଟ୍ୟାଲେଣ୍ଟ ପୁଲରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବାରେ ଏହି ଟିମ୍ ସଫଳ ହେବ ବୋଲି ଆଶା କରାଯାଉଛି।

Advertisment

ମୋଦିଙ୍କ ଟିମରେ ରହିଛନ୍ତି ୧୩ ଆଇନଜୀବୀ, ୬ ଡାକ୍ତର, ୫ ଇଂଜିନିୟର, ୭ ବ୍ୟୁରୋକାଟ୍‌, ୭ ପିଏଚଡ଼ିଧାରୀ ଏବଂ ୩ ଏମବିଏ ଡିଗ୍ରୀଧାରୀ। ସେହିପରି ୨ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ସହ ମୋଟ୍ ୧୧ ଜଣ ମହିଳା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଅଞ୍ଚଳ, ସଂପ୍ରଦାୟ ଓ ବିଭିନ୍ନ ସାମଜିକ ବର୍ଗକୁ ପ୍ରତି ବି ଧ୍ୟାନ ଦିଆଯାଇଛି ଟିମ୍ ମୋଦିରେ। ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୧୪ ମନ୍ତ୍ରୀଙ୍କ ବୟସ ୫୦ରୁ କମ୍ ହୋଇଥିବା ବେଳେ ପୁରା ମନ୍ତ୍ରିମଣ୍ଡଳର ହାରାହାରି ବୟସ ୫୮ ବର୍ଷ ରହିଛି।ଶିକ୍ଷାଗତ ଯୋଗ୍ୟତା ଓ ବୃତ୍ତିଗତ ଅଭିଜ୍ଞତା ଆଧାରରେ ଦିଆଯାଇଛି ବିଭାଗ

India News Union Govt NarendraModi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ