Advertisment

'ଜନତାଙ୍କ ନିକଟରେ ନତମସ୍ତକ, ଜନାଦେଶ ଅଭିଭୂତ କରିଛି'

ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ କହିଲେ ମୋଦି।

ଅଦ୍ୟତନ ହୋଇଛି
PM Modi attacks Congress in election victory speech

PM Modi attacks Congress in election victory speech

Advertisment

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଜନାଦେଶ ଅଭିଭୂତ କରିଛି ଗୁଜରାଟରେ ଏଥର ଚମତ୍କାର ହୋଇଛି। ଲୋକେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜେପି ପ୍ରତି ବଢୁଥିବା ଜନସମର୍ଥନ ପରିବାରବାଦ ବିରୋଧରେ ଆକ୍ରୋଶ ବୋଲି କହିଛନ୍ତି ମୋଦି।

Advertisment

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ। ଆମ କାମକୁ ନେଇ ଯୁବବର୍ଗ ଆମ ଉପରେ ଭରସା ରଖିଛନ୍ତି। ଯୁବବର୍ଗ ବିଜେପିର ବିକାଶ ରାଜନୀତିକୁ ପସନ୍ଦ କରୁଛନ୍ତି। ବିଜେପିର ମିଶନ ଅଛି ଏବଂ ବିକାଶକୁ ନେଇ ପ୍ରତିବଦ୍ଧତା ବି ଅଛି ବୋଲି ମୋଦି କହିଛନ୍ତି।

ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ। ଆମ କାମକୁ ନେଇ ଯୁବବର୍ଗ ଆମ ଉପରେ ଭରସା ରଖିଛନ୍ତି। ଯୁବବର୍ଗ ବିଜେପିର ବିକାଶ ରାଜନୀତିକୁ ପସନ୍ଦ କରୁଛନ୍ତି। ବିଜେପିର ମିଶନ ଅଛି, ବିକାଶକୁ ନେଇ ପ୍ରତିବଦ୍ଧତା ବି ଅଛି। ଦେଶର ନାଗରିକ ଆଉ ସର୍ଟକଟ ଚାହୁଁନାହାନ୍ତି। ସର୍ଟକଟ ରାଜନୀତିର କ୍ଷତି ଭୋଟର ଜାଣିଛନ୍ତି। ଆୟଠାରୁ ବ୍ୟୟ ଅଧିକ ହେଲେ ଦେଶର କଣ ହେବ ବୋଲି ମୋଦି ପ୍ରଶ୍ନ କରିଛନ୍ତି। 

Advertisment
PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ