Advertisment

G20 ସମ୍ମିଳନୀ: କୋଭିଡ୍ ବିରୋଧରେ ଏକାଠି ଲଢ଼ିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ

G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ନୂଆଦିଲ୍ଲୀ: G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ସବୁବେଳେ ସାରା ବିଶ୍ୱର ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ ସେନେଇ ଚେଷ୍ଟା କରୁଛି। ଭାରତ ସର୍ବଦା ଏକ ବିଶ୍ୱ, ଏକକ ସ୍ୱାସ୍ଥ୍ୟ ନୀତିରେ ବିଶ୍ୱାସ କରି ଆସିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କରୋନା ସଂକ୍ରମଣ ବେଳେ ୧୫୦ଟି ଦେଶକୁ କୋଭିଡ୍ ଟିକା ଯୋଗାଇ ଦିଆଯାଇଥିଲା। ୨୦୨୨ ଶେଷ ସୁଦ୍ଧା ଭାରତରେ ୫ ଶହ କୋଟି କରୋନା ଟିକା ପ୍ରସ୍ତୁତ ନେଇ ଲକ୍ଷ୍ୟ ରଖା ଯାଇଛି ବୋଲି ରୋମରେ ଆୟୋଜିତ G20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।  

Advertisment

ଏହି ଅବସରରେ ବିଶ୍ୱନେତାଙ୍କ ସହିତ ବିଶ୍ୱ ଅର୍ଥନୀତି ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ମୋଦି ଆଲୋଚନା କରିଛନ୍ତି। ଏଥିସହ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଭାରତକୁ ଅଂଶୀଦାର କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ। G20 ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଓ ଫଳପ୍ରଦ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି। G20 ସମ୍ମିଳନୀ ପରେ ଗ୍ଲାସଗୋରେ ହେବାକୁ ଥିବା COP-26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment

PM Modi COVID19 G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ