Advertisment

ଜାକର୍ତ୍ତାରେ ମୋଦିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ରାତି ସାରା ଅନିଦ୍ରା...

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ଭେଟିବା ପାଇଁ ଶହଶହ ସଂଖ୍ୟାରେ ଭାରତୀୟ ଅନେଇ ବସିଥିଲେ।

ଅଦ୍ୟତନ ହୋଇଛି
PM Modi arrives in Indonesia to attend ASEAN-India East Asia Summit

PM Modi arrives in Indonesia to attend ASEAN-India East Asia Summit

Advertisment

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ସମ୍ମିଳନୀ(ASEAN Summit)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହକୁ ନେଇ ଗଠିତ ଏସିଆନ୍‌ ସମ୍ମିଳନୀରେ ଇଣ୍ଡୋନେସିଆ ଅଧ୍ୟକ୍ଷତା କରୁଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

Advertisment

ଜାକର୍ତ୍ତାରେ ଚାଲିଥିବା ୨୦ତମ ଏସିଆନ୍‌ ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଓ ବିକାଶର କେନ୍ଦ୍ରସ୍ଥଳ ଏସିଆନ୍‌ ହେବ। ଭାରତ ଓ ଏସିଆନ୍ ରାଷ୍ଟ୍ର ସମୂହର ସହଯୋଗ ଦ୍ରୁତ ଗତିରେ ବଢୁଛି। ‘ୱାନ ଆର୍ଥ, ୱାନ୍‌ ଫ୍ୟାମିଲି, ୱାନ ଫ୍ୟୁଚର ଆମର ମନ୍ତ୍ର’ ତେଣୁ। ସବୁ କ୍ଷେତ୍ରରେ ମିଶିକି କାମ କରିବା ଜରୁରୀ। ଏହାସହ ପ୍ରଗତି ପାଇଁ ନୂତନ ସଂକଳ୍ପ ନେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ଭେଟିବା ପାଇଁ ଶହଶହ ସଂଖ୍ୟାରେ ଭାରତୀୟ ଅନେଇ ବସିଥିଲେ। ପ୍ରଧାନମନ୍ତ୍ରୀ ହୋଟଲେ ପରିସରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। କୁନିକୁନି ପିଲା ମଧ୍ୟ ରାତି ସାରା ଅନିଦ୍ରା ରହିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସମସ୍ତଙ୍କ ସହ ହାତ ମିଳାଇବା ସହିତ ଫଟୋ ଉଠାଇଥିଲେ ଓ ବେଶ୍‌ କିଛି ସମୟ ସମସ୍ତଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ। ଜାକର୍ତ୍ତାର ଓଡ଼ିଆ କମ୍ୟୁନିଟି ପକ୍ଷରୁ ମଧ୍ୟ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ମହିଳାମାନେ ହୁଳୁହୁଳୁ ପକାଇ ମୋଦିଙ୍କୁ ପାଛୋଟି ନେଇଥିଲେ।

ସୂଚନାଥାଉ କି, ୨୦୨୨ରେ ଭାରତ-ଏସିଆନ୍ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରାଯିବା ପରେ ଏହା ପ୍ରଥମ ଏସିଆନ୍-ଭାରତ ଶିଖର ସମ୍ମିଳନୀ । ଏହି ଶିଖର ସମ୍ମିଳନୀରେ ଭାରତ-ଏସିଆନ୍ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରାଯିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରାଯିବ।

PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ