Advertisment

G-7 ବୈଠକ ପାଇଁ ଜର୍ମାନୀର ମ୍ୟୁନିକରେ ପ୍ରଧାନମନ୍ତ୍ରୀ ମୋଦି

ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।

PM Modi, Argentinian President Alberto Fernandez review full range of bilateral ties

PM Modi, Argentinian President Alberto Fernandez review full range of bilateral ties

Advertisment

ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଗତକାଲି ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି । ଆର୍ଜେଣ୍ଟିନା ସହ ରାଜନୈତିକ,ଆର୍ଥିକ, ବାଣିଜ୍ୟିକ ଓ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ଆଲୋଚନା କରିଛନ୍ତି ।

Advertisment

ତେବେ ଏହା ପୂର୍ବରୁ ମ୍ୟୁନିକରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ଦେଶ ସବୁ ପ୍ରକାର ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବାରେ ସମର୍ଥ ବୋଲି କହିଛନ୍ତି । ମ୍ୟୁନିକରେ ପହଂଚିବାପରେ ସେଠାକାର ପ୍ରବାସୀ ଭାରତୀୟ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପ୍ରବାସୀ ଭାରତୀୟ ଆଗରେ ବଦଳୁଥିବା ଭାରତର ବିକାଶର ଚିତ୍ର ଉପସ୍ଥାପନ କରିଛନ୍ତି ।

ଏନେଇ ମୋଦି କହିଛନ୍ତି ଯେ, ‘ ଭାରତରେ ଏବେ ସବୁ ଗାଁକୁ ବିଜୁଳି ପହଞ୍ଚି ପାରିଛି,ସବୁ ଗାଁକୁ ସଡକ ଯୋଗାଯୋଗ ହୋଇପାରିଛି ଏବଂ ଅଧିକାଂଶ ଗାଁ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଛି । ଏହାସହ ୨ ବର୍ଷରେ ୮୦ କୋଟି ଲୋକଙ୍କ ପାଖରେ ମାଗଣା ରାସନ ପହଞ୍ଚାଇଥିବାବେଳେ ଦେଶର ସବୁ ଗରିବ ପରିବାର ବ୍ୟାଙ୍କିଂ ବ୍ୟବସ୍ଥାର ସୁବିଧା ଉଠାଉଛନ୍ତି । କୃଷି ଓ ଶିଳ୍ପେ କ୍ଷେତ୍ରରେ ଟେକନୋଲଜି ଦ୍ୱାରା କିଭଳି ଅଦ୍ଭୁତପୂର୍ବ ବିକାଶ ହୋଇପାରିଛି, ତାହା ମୋଦି ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି । ସେହିପରି ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment
PM Modi PM Modi Germany Tour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ