Advertisment

କମିବ କି ପେଟ୍ରୋଲ ଓ ଡିଜେଲ ଦର ? ମୋଦି କଲେ ଏମିତି ଅପିଲ୍‌...

ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
Petrol Diesel Prices

Petrol Diesel Prices

Advertisment

କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋଚନା କରିଛନ୍ତି। କିଛି ରାଜ୍ୟରେ କେସ୍ ବଢୁଥିବାରୁ ଆଲର୍ଟ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି। ସାଂପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢ଼ିବା ଦରକାର। କିଛି ରାଜ୍ୟରେ ପେଟ୍ରୋଲ, ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟମାନଙ୍କୁ ଟ୍ୟାକ୍ସ ହ୍ରାସ ପାଇଁ କହିଥିଲେ। କିଛି ରାଜ୍ୟ ହ୍ରାସ କଲେ, କିଛି ହ୍ରାସ କଲେନି। ଫଳରେ ଲୋକମାନେ ହଇରାଣ ହେଲେ। ଏହାରି ଭିତରେ ୬ ମାସ ହୋଇଗଲାଣି, ଲୋକେ ବହୁତ ହଇରାଣ ହେଲେଣି। ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ଭାଟ୍ କାଟିଥିବା କିଛି ରାଜ୍ୟ ଓ କାଟି ନଥିବା ରାଜ୍ୟର ଉଦାହରଣ ଦେଇଥିଲେ। 

Advertisment

ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌ ପରେ ରାଜ୍ୟମାନେ ଭାଟ୍‌ କାଟୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷେ, ମୋଦିଙ୍କ ଏହି ଅପିଲ୍‌ ପରେ ଭାଟ୍‌ ହ୍ରାସ ପାଇବ, ଫଳରେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଜନସାଧାରଣ ଆଶା ରଖିଛନ୍ତି।

PM Modi Petrol Diesel Prices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ