Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ

୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଅଦ୍ୟତନ ହୋଇଛି
PM Modi Birthday

PM Modi Birthday

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ ।

Advertisment

୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି । ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍‌ଥାନ ପତନ ଦେଖିଛନ୍ତି ମୋଦି। ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେବା ସହ ସେ ପ୍ରଥମ ବିଜେପି ନେତା ଯାହାଙ୍କ ନେତୃତ୍ୱରେ ୨୦୧୪ ଏବଂ ୨୦୧୯ରେ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରରେ ବସିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁୁଇଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅତୁଳନୀୟ ପରିଶ୍ରମ, କର୍ତ୍ତବ୍ୟନିଷ୍ଠା, ସୃଜନଶୀଳତା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଜାରି ରଖିଥିବା ଅଭିଯାନକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି । 

Advertisment

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଦେଶର ପ୍ରଗତି ଏବଂ ସୁଶାସନରେ ଅଦ୍ଭୂତପୂର୍ବ ସଫଳତା ଆଣିବା ସହ ବିଶ୍ୱରେ ଭାରତର ପ୍ରତିଷ୍ଠା ଓ ସ୍ୱାଭିମାନକୁ ନୂଆ ସ୍ତରକୁ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଓ ନିରୋଗ ଜୀବନ କାମନା କରିଛନ୍ତି ରାଜନାଥ । 

Advertisment

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବପ୍ରିୟ ନେତା, ପ୍ରେରଣାଦାୟୀ ପ୍ରଧାନମନ୍ତ୍ରୀ ଭାବେ ଅଭିହିତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ମୋଦି, ଭାରତ ପ୍ରଥମ ନୀତି, ଗରିବ କଲ୍ୟାଣ ସଂକଳ୍ପ ସହ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଥିବା ଦର୍ଶାଇ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । 

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ କରୁଛି, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ବୈଜୟନ୍ତ ।

ଜନ୍ମଦିନ ଅବସରରେ ମୋଦିଙ୍କୁ ବିଶ୍ୱର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ଦେଶର ଅନେକ ରାଜନେତା ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ଜନ୍ମଦିନ ଅବସରରେ ନାମିବ୍ୟାରୁ ୮ଟି ଚିତା ବାଘ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତରେ ଆସି ପହଞ୍ଚିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୁନୋ ଜାତୀୟ ଉଦ୍ୟାନରେ ୫ ମାଈ ଓ ୩ଟି ଅଣ୍ଡିରା ଚିତାଙ୍କୁ ସ୍ୱାଗତ କରିବେ । ଦୀର୍ଘ ସାତ ଦଶନ୍ଧି ପରେ ଭାରତରୁ ଚିତା ବଂଶ ସଂପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ ଏବେ ଭାରତୀୟ ଜଙ୍ଗଲରେ ବୁଲିବେ ଚିତାବାଘ ।  

Narendra Modi PM Modi Birthday 72nd Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ