Advertisment

ଚାଷୀଙ୍କ ପାଇଁ ଜରୁରୀ ଖବର... ଏହି ସବୁ ଡକ୍ୟୁମେଣ୍ଟ୍ ଥିଲେ ପିଏମ କିଷାନ କିସ୍ତି ମିଳିବ ୪ ହଜାର ଟଙ୍କା

ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା

undefined

Farmer In odisha

Advertisment

ନୂଆଦିଲ୍ଲୀ: ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା। ଏବେ ଜାଣନ୍ତୁ ୪ ହଜାର ଟଙ୍କା ପାଇବାକୁ ହେଲେ ଆପଣଙ୍କୁ କଣ କରିବାକୁ ହେବ।

Advertisment

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତି ବର୍ଷ ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟରେ ସରକାର ୩ଟି କିସ୍ତିରେ ଜମା କରୁଛନ୍ତି ୬ ହଜାର ଟଙ୍କା। ଯାହାକି ଦେଶର କୃଷକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ବେଶ ସହାୟତା ହେଉଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚାଷୀମାନଙ୍କ ପାଇଁ ଉପଲବ୍ଧ ଏହି ସୁବିଧାକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଚିନ୍ତା କରୁଛନ୍ତି। ଯଦି ଏପରି ହୁଏ, ତେବେ ଚାଷୀମାନେ ବର୍ଷକୁ ୬ ହଜାର ଟଙ୍କା ବଦଳରେ ୧୨ ହଜାର ଟଙ୍କା ପାଇ ପାରିବେ।

Advertisment

ଏବେ ପିଏମ କିଷାନ ଯୋଜନାର ପୁରୁଣା ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଯେଉଁ ଚାଷୀମାନଙ୍କ ନାମରେ ଚାଷ ଜମି ଥିବ, ସେହିମାନେ ହିଁ କେବଳ ପିଏମ୍‌ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଇବେ। ଏହାର ଅର୍ଥ ଯେଉଁମାନଙ୍କର ପୈତୃକ ଜମିରେ ଭାଗ ଅଛି ସେମାନେ ଆଉ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ। ଯଦି ଆପଣଙ୍କ ନାଁରେ ଚାଷ ଜମି ଅଛି, ତାହେଲେ ତୁରନ୍ତ ଏହି ସବୁ କାମ କରି ଦେଲେ ବ୍ୟାଙ୍କ ଖାତାକୁ ଆସିଯିବ ସରକାରୀ ଟଙ୍କା।

୨୦୧୯ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏମିତି କିଛି ଅସୁବିଧା ଦେଖିବାକୁ ମିଳିଛି। ଯାହାକୁ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ପିଏମ କିଷାନ ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏମିତି ଅନେକ ଛୋଟିଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଯୋଜନାର ଲାଭ ପାଇବା ପାଇଁ ଆଶାୟୀ ନୂଆ ହିତାଧିକାରୀମାନେ ଏଣିକି ଆବେଦନ ଫର୍ମରେ ନିଜ ଜମିର ପ୍ଲଟ ନମ୍ବର୍‌ ଉଲ୍ଲେଖ କରିବାକୁ ହେବ। ଏହା ସହ ନୂଆ ନିୟମଗୁଡ଼ିକର ପ୍ରଭାବ ପୁରୁଣା ହିତାଧିକାରୀଙ୍କ ଉପରେ ପଡ଼ିବାର ରହିଛି।

Advertisment

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେବଳ ସେହି କୃଷକମାନେ ଲାଭାନ୍ୱିତ ହୁଅନ୍ତି ଯେଉଁମାନଙ୍କ ପାଖରେ ୨ ହେକ୍ଟର ଅର୍ଥାତ୍ ୫ ଏକର ଚାଷ ଜମି ଥାଏ। ଏବେ ସରକାର ହୋଲ୍ଡିଂ ସୀମାକୁ ରଦ୍ଦ କରି ଦେବା ଫଳରେ ଆୟ କର ରିଟର୍ଣ୍ଣ ଫାଇଲ୍‌ କରୁଥିବା ଲୋକଙ୍କୁ ଯୋଜନାରୁ ବାଦ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ପ୍ରଥମ କିସ୍ତି ପ୍ରତ୍ୟେକ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଓ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ। କିସ୍ତି ଟଙ୍କା ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହୋଇଥାଏ।

ବେଳେବେଳେ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ସତ୍ତ୍ୱେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚେ ନାହିଁ। ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଥିବା ତ୍ରୁଟି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଥି ପାଇଁ ଆପଣ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇବାକୁ ଚାହୁଥିଲେ, ତୁରନ୍ତ ଏ ସବୁ କାମ କରି ନିଅନ୍ତୁ। ନଚେତ୍ ଆପଣ ସରକାରୀ ଯୋଜନାର ପରବର୍ତ୍ତୀ କିସ୍ତି ପାଇବାରୁ ବଂଚିତ ହୋଇ ପାରନ୍ତି।

Narendra Modi PM-KISAN Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ