Advertisment

ଚାଷୀ ଭାଇଙ୍କ ପାଇଁ ବଡ଼ ଖବର: ଏମିତି ପାଇବେ ୧୦ମ କିସ୍ତିର ଟଙ୍କା

ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଆପଣ ସାମିଲ ଅଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଟଙ୍କା ଯଦି ଆପଣ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆପଣ ଟଙ୍କା ପାଇପାରିବେ। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି, କେବଳ ୟୁପି ଚାଷୀମାନେ ଏହାର ଲାଭ ଉଠାଇପାରିବେ।

Farmer

Farmer

Advertisment

ନୂଆଦିଲ୍ଲୀ: ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଆପଣ ସାମିଲ ଅଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଟଙ୍କା ଯଦି ଆପଣ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆପଣ ଟଙ୍କା ପାଇପାରିବେ। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି, କେବଳ ୟୁପି ଚାଷୀମାନେ ଏହାର ଲାଭ ଉଠାଇପାରିବେ।

Advertisment

ଉତ୍ତରପ୍ରଦେଶ କୃଷି ବିଭାଗ ଅକ୍ଟୋବର ୧୧ ରୁ ୧୩ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଦିବସ ଆୟୋଜନ କରୁଛି। ତେଣୁ ଏହି ବୈଠକରେ ଚାଷୀ ଭାଇମାନେ ଆଧାର ନମ୍ବର, ନିଜର ନାମ, ବ୍ୟାଙ୍କ ଆକାଉଣ୍ଟ, IFSC କୋଡ୍ ଦାଖଲ କିମ୍ବା ରେଜିଷ୍ଟ୍ରେସନ କରିପାରିବେ। ଯାହାଦ୍ୱାରା ଆଗାମୀ ଡ଼ିସେମ୍ବରରେ ମିଳିବାକୁ ଥିବା ଟଙ୍କା ପାଇପାରେ କୌଣସି ଅସୁବିଧା ହେବ ନାହିଁ। ବର୍ତ୍ତମାନ ପିଏମ କିଷାନ ପୋର୍ଟାଲରେ ନୂତନ ପଞ୍ଜୀକରଣ ବନ୍ଦ ହୋଇଯାଇଛି।

Advertisment

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ କିଷାନ ସହ ଜଡିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ସ୍ତରରେ 'ପିଏମ କିଷାନ ସମ୍ମାନ ଦିବସ' କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଚାଷୀ ଭାଇମାନେ ନିଜର ପ୍ରମାଣପତ୍ର ସଂଶୋଧନ କରିପାରିବେ ବୋଲି କୁହାଯାଇଛି। ସରକାର କହିଛନ୍ତି, କେନ୍ଦ୍ରର ପ୍ରତ୍ୟେକ ଯୋଜନା କିପରି ଭାବରେ ଲୋକମାନେ ପାଇପାରିବେ ସେଥିପାଇଁ ସରକାର କାମ କରୁଛନ୍ତି। କେବଳ ଏଇଥି ପାଇଁ ରାଜ୍ୟରେ ଅନେକ କମ୍ୟୁଟର ଅପରେଟର ମାନଙ୍କୁ ତିନିଦିନ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ବୁଝିବା ସହ ରେଜିଷ୍ଟ୍ରେସନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଯଦି ୟୁପିର କୃଷକମାନେ ପ୍ରଧାନ ମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନାର ସୁବିଧା ପାଇପାରୁ ନାହାଁନ୍ତି, ତେବେ ସେମାନେ ଅକ୍ଟୋବର ୧୧ ରୁ ୧୩ ମଧ୍ୟରେ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ସହିତ ସେମାନଙ୍କ ବିକାଶ ବ୍ଲକର ସରକାରୀ ବିହନ ଗୋଡାଉନ୍‌ରେ ପହଞ୍ଚି ସେମାନଙ୍କ ତଥ୍ୟ ସଂଶୋଧନ କରିପାରିବେ ବୋଲି ସରକାର କହିଛନ୍ତି।

Advertisment
Up Govt PM Kisan Yojna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ