Advertisment

ଦୁର୍ଘଟଣାଗ୍ରସ୍ତ ହୋଇ ମନ୍ଦିର ଉପରେ ଖସି ପଡ଼ିଲା ବିମାନ, ପାଇଲଟ୍‌ ମୃତ

ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମନ୍ଦିର ଉପରେ ଖସି ପଡ଼ିଥିଲା। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Madhya Pradesh Plane Crash

Pilot Died After A Plane Crashed In Madhya Pradesh

Advertisment

ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ସିନିୟର ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ମନ୍ଦିର ଉପରେ ଖସି ପଡ଼ିଥିଲା।

Advertisment

ଟ୍ରେନିଂ ବେଳେ ଏହି ଅଘଟଣ ଘଟିଛି। ରିଓ୍ୱାର ଚୋରହଟା ଥାନା ଉମ୍ରିରେ ଥିବା ବିମାନ ବନ୍ଦରରେ ଏକ ଘରୋଇ କମ୍ପାନୀ ନୂଆ ପାଇଲଟଙ୍କୁ ପ୍ରଶିକ୍ଷଣ ଦେଇଥାଏ ।

Advertisment

ମିଳିଥିବା ସୂଚନାରେ ପାଇଲଟ ଜଣକ ଗତକାଲି ରାତିରେ ଶିକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଡାଣ ଭରିବାର କିଛି ସମୟ ପରେ ବିମାନଟି ମନ୍ଦିରର ଚୂଡ଼ାରେ ପିଟି ହୋଇଯାଇଥିଲା । ଏହାପରେ ପ୍ରଚଣ୍ଡ ଶବ୍ଦ ହେବା ସହ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ।

ଦୁର୍ଘଟଣାରେ ଗୁରୁତର ଆହତ ଦୁଇ ପାଇଲଟଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ସିନିୟର ପାଇଲଟଙ୍କୁୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ କୁହୁଡି ଯୋଗୁ ବିମାନଟି କ୍ରାଶ୍‌ ହୋଇଥିବା କୁହାଯାଉଛି ।

Advertisment
Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ