Advertisment

ତାରିଖ ଘୋଷଣା ହେଉ ହେଉ ଲାଗିଲା କଟକଣା : ଜାନୁୟାରୀ ୧୫ ଯାଏଁ ରୋଡ୍ ସୋ, ରାଲି ମନା

ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।

ଅଦ୍ୟତନ ହୋଇଛି
EC announces election dates

EC announces election dates

Advertisment

ନିର୍ବାଚନୀ ରୋଡ ସୋ ବାତିଲ , କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର ଲାଗିଛି କଡ଼ା କଟକଣା । ନିର୍ବାଚନୀ ରୋଡ ସୋକୁ ବାତିଲ କରିଛନ୍ତି ନିର୍ବାଚନ କମିଶନର । କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନିଆଯାଇଛି । ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।

Advertisment

ଏହି କଟକଣା ଜାନୁଆରୀ ୧୫ ତାରିଖ ଯାଏଁ ରହିବ । ସେହିପରି ଡୋର ଟୁ ଡୋର କ୍ୟାମ୍ପେନ୍ ବେଳେ କେବଳ ୫ ଜଣ ହିଁ ରହି ପାରିବେ । ନିର୍ବାଚନ ପ୍ରଚାର କେବଳ ରାତି ୮ ଯାଏଁ ହେବ । ସେହିପରି ନିର୍ବାଚନ ପରେ ବିଜୟ ଶୋଭାଯାତ୍ରା ଉପରେ ବି କଟକଣା ଲାଗିଛି । ତାସହ ଏଥର କରୋନା କଟକଣାକୁ ବି ବିଶେଷ ଭାବରେ ପାଳନ କରାଯିବ ।

ସେପଟେ ଆଜି ଘୋଷଣା ହୋଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ । ୧୦ ଫେବ୍ରୁଆରୀରୁ ଭୋଟ୍ ଗ୍ରହଣ ହେବ । ୟୁପିରେ ୧୦ ଫେବ୍ରୁଆରୀରୁ ଭୋଟ ହେବ । ୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟରେ ହେବ ଭୋଟ୍ ।

Advertisment

ଜାଣନ୍ତୁ କେଉଁ କେଉଁ ରାଜ୍ୟରେ କେବେ କେବେ ନିର୍ବାଚନ ? 

ଉତ୍ତରପ୍ରଦେଶ

ୟୁପିରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ

ଫେବ୍ରୁଆରୀ ୧୦ରୁ ଭୋଟ୍ ଆରମ୍ଭ

ମାର୍ଚ୍ଚ ୭ରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

ମାର୍ଚ୍ଚ ୧୦ରେ ଭୋଟ୍ ଗଣତି

ଫେବ୍ରୁଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୦ରେ ତୃତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୩ରେ ଚତୁର୍ଥ ପର୍ଯ୍ୟାୟ

ଫେବ୍ରୁଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ

୩ ମାର୍ଚ୍ଚରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

ଗୋଆ

୧୪ ଫେବ୍ରୁଆରୀରେ ଗୋଆରେ ଭୋଟ୍

ଗୋଟିଏ ପର୍ଯ୍ୟାୟରେ ଗୋଆରେ ହେବ ମତଦାନ

ଗୋଆରେ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି

ଉତ୍ତରାଖଣ୍ଡ

୧୪ ଫେବ୍ରୁଆରୀରେ ଉତ୍ତରାଖଣ୍ଡରେ ଭୋଟ୍

ଗୋଟିଏ ପର୍ଯ୍ୟାୟରେ ଉତ୍ତରାଖଣ୍ଡରେ ହେବ ମତଦାନ

ଉତ୍ତରାଖଣ୍ଡରେ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି

ପଞ୍ଜାବ

୧୪ ଫେବ୍ରୁଆରୀରେ ପଞ୍ଜାବରେ ଭୋଟ୍

ଗୋଟିଏ ପର୍ଯ୍ୟାୟରେ ପଞ୍ଜାବରେ ହେବ ମତଦାନ

ପଞ୍ଜାବରେ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି

ମଣିପୁର

ଦୁଇଟି ପର୍ଯ୍ୟାୟରେ ମଣିପୁରରେ ହେବ ଭୋଟ୍

୨୭ ଫେବ୍ରୁଆରୀ, ୩ ମାର୍ଚ୍ଚରେ ମଣିପୁରରେ ନିର୍ବାଚନ

ମଣିପୁରରେ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି

EC Election Dates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ