Advertisment

ନିମନ୍ତ୍ରଣ ପତ୍ରରେ ସପା ନେତାଙ୍କ ଫଟୋ : ଆଶୀର୍ବାଦରେ ଭୋଟ୍ ଓ ଆଜମ୍ ଖାନ୍‌ଙ୍କ ମୁକ୍ତି ଦାବି କଲେ ଯୁବକ

ବିବାହ ନିମନ୍ତ୍ରଣ ପତ୍ରରେ ରାଜନୀତିର ରଙ୍ଗ । ଉପହାର ବଦଳରେ ଭୋଟ ମାଗିଲେ ବର । ଉତ୍ତରପ୍ରଦେଶର ରାମପୁରରେ ଏକ ବିବାହ ନିମନ୍ତ୍ରଣ କାର୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କାର୍ଡ ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଛି । ସମାଜବାଦି ପାର୍ଟି ଉଦ୍ଦେଶ୍ୟରେ ଏହି ନିମନ୍ତ୍ରଣ ପତ୍ର ଛପାଯାଇଛି । କାର୍ଡ଼ରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କ ଫଟୋ ଲଗାଯାଇଛି

Photos of Mulayam Akhilesh leader on marriage card

Photos of Mulayam Akhilesh leader on marriage card

Advertisment

ରାମପୁର : ବିବାହ ନିମନ୍ତ୍ରଣ ପତ୍ରରେ ରାଜନୀତିର ରଙ୍ଗ । ଉପହାର ବଦଳରେ ଭୋଟ ମାଗିଲେ ବର । ଉତ୍ତରପ୍ରଦେଶର ରାମପୁରରେ ଏକ ବିବାହ ନିମନ୍ତ୍ରଣ କାର୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କାର୍ଡ ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଛି । ସମାଜବାଦି ପାର୍ଟି ଉଦ୍ଦେଶ୍ୟରେ ଏହି ନିମନ୍ତ୍ରଣ ପତ୍ର ଛପାଯାଇଛି । କାର୍ଡ଼ରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କ ଫଟୋ ଲଗାଯାଇଛି । ଏହାସହ ବିବାହ ନିମନ୍ତ୍ରଣ ପତ୍ରରେ ସପାର ନିର୍ବାଚନୀ ଚିହ୍ନ ସାଇକେଲ ମଧ୍ୟ ମୁଦ୍ରିତ ହୋଇଛି । ତେବେ ଆଶୀର୍ବାଦ ରୂପରେ ୨୦୨୨ ନିର୍ବାଚନରେ ସାଇକେଲ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କରାଯାଇଛି । କେବଳ ଏତିକି ନୁହେଁ ଜେଲରେ ଥିବା ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ମଧ୍ୟ ଦାବି କରାଯାଇଛି ।

Advertisment

ରାମପୁରର ସମାଜବାଦି ପାର୍ଟି ଛାତ୍ରସଭାର ଜିଲ୍ଲା ସଭାପତି ବୈଭବ ଯାଦବ ଅକ୍ଟୋବର ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉତ୍ତରାଖଣ୍ଡର କୋଟଦ୍ୱାର ନିବାସୀ ଜିୱାନନ୍ଦଙ୍କ ଝିଅଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଛି । ତେବେ ବିବାହ କାର୍ଡ଼କୁ ବୈଭବ ଯାଦବ ସମାଜବାଦୀ ପାର୍ଟିର ରଙ୍ଗରେ ରଙ୍ଗେଇ ଦେଇଛନ୍ତି । ଦଳର ନିର୍ବାଚନ ପ୍ରତୀକ, ସପା ସୁପ୍ରିମୋ ମୁଲାୟମ ସିଂ, ଅଖିଳେଶ ଯାଦବ ଏବଂ ଆଜାମ ଖାନଙ୍କ ଚିତ୍ର କାର୍ଡରେ ଛପା ଯାଇଛି । ପାର୍ଟିର ପ୍ରତୀକ କାର୍ଡର ପ୍ରତ୍ୟେକ ପୃଷ୍ଠାରେ ଛପା ହୋଇଛି । ୨୦୨୨ ନିର୍ବାଚନରେ ସାଇକେଲ ବଟନ୍ ଦବାଇବା ପାଇଁ ନିଜେ ବିବାହ କାର୍ଡରେ ସେ ଅପିଲ୍ କରିଛନ୍ତି ।

ନିମନ୍ତ୍ରଣ ପତ୍ରକୁ ସମାଜବାଦୀ ରଙ୍ଗରେ ରଙ୍ଗେଇବାର ଏକମାତ୍ର ଉଦ୍ଦେଶ୍ୟ ହେଲା ମିଶନ୍ -୨୦୨୨ ନିର୍ବାଚନ ଜିତିବା ତଥା ଆଜାମ ଖାନଙ୍କ ମୁକ୍ତି ବୋଲି ସେ କହିଛନ୍ତି । ବିଜେପି ସରକାରଙ୍କ ଅତ୍ୟାଚାର, ଯୁବକମାନଙ୍କ ରୋଜଗାର, ଗତ ସାଢ଼େ ଚାରି ବର୍ଷ ଧରି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆମର ମୁଖ୍ୟ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ପ୍ରତ୍ୟେକ ଯୁବକ ଚାହୁଁଛନ୍ତି ସପା ଶାସନ ଭାର ଗ୍ରହଣ କରୁ । ଆଜାମ ଖାନ ଏବଂ ତାଙ୍କ ପରିବାର ସହିତ ଘଟିଥିବା ଅତ୍ୟାଚାରର ଖୁଲାସା ହେବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି ।

Advertisment

ସପା ସରକାର ଗଢ଼ିଲେ ସବୁ ସାମ୍ନାକୁ ଆସିଯିବ । କାର୍ଡରେ ଦଳୀୟ ନେତାଙ୍କ ଛବି ଛାପିବା ସଂପର୍କରେ ବୈଭବ ଯାଦବ କହିଛନ୍ତି ଅଖିଳେଶ ଯାଦବ ଆମ ଦଳର ସଭାପତି ଏବଂ ମୁଲାୟମ ସିଂ ହେଉଛନ୍ତି ପୃଷ୍ଠପୋଷକ ଅଟନ୍ତି । ତାଙ୍କର ଫଟୋ ନିମନ୍ତ୍ରଣ ପତ୍ରରେ ରହିବାର କାରଣ ସେ ଆମ ହୃଦୟରେ ରୁହନ୍ତି । ସେହିପରି ଆଜମ ଖାନ ଆମ ହୃଦୟରେ ରୁହନ୍ତି ଏବଂ ଅବଦୁଲ୍ଲା ଆଜମ ମଧ୍ୟ ଆମ ହୃଦୟରେ ରୁହନ୍ତି।

Advertisment
Marriage Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ