Advertisment

ସାମ୍ନାକୁ ଆସିଲା ଅଭିନେତା ଅରମାନଙ୍କ ଗିରଫ ଫଟୋ

ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍‌ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍‌ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ ଏନ୍‌ସିବି ସେହିଦିନ ପଚରାଉଚରା ପାଇଁ ରିମାଣ୍ଡରେ ଜୋନାଲ ହେଡ୍‌କ୍ୱାଟରକୁ ନେଇଥିଲା।

Arman Kohli

Arman Kohli

Advertisment

ମୁମ୍ବାଇ : ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍‌ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍‌ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ ଏନ୍‌ସିବି ସେହିଦିନ ପଚରାଉଚରା ପାଇଁ ରିମାଣ୍ଡରେ ଜୋନାଲ ହେଡ୍‌କ୍ୱାଟରକୁ ନେଇଥିଲା।

Advertisment
Arman Kohliଅରମାନ କୋହଲୀ

ଶନିବାର ପଚରାଉଚରା ପରେ ଏନ୍‌ସିବି ରବିବାର ଅରମାନ କୋହଲୀଙ୍କୁ ଗିରଫ କରିଛି। ତାକୁ ମୁମ୍ବାଇର କିଲା କୋର୍ଟରେ ହାଜର କରାଯାଇଛି। ଏଠାରେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଏନ୍‌ସିବି ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅରମାନଙ୍କ ସହିତ ଅଜୟ ରାଜୁ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି। ଅରମାନଙ୍କ ଘରୁ ମିଳିଥିବା କୋକେନ୍ ହାଇଗ୍ରେଡ୍‌ର ବୋଲି ଜଣାପଡିଥିବା ବେଳେ ଏହାର ଲିଙ୍କ୍‌ ଅନ୍ତରାଷ୍ଟ୍ରୀୟ ତସ୍କର ସହିତ ରହିଥିବା ଆଶଙ୍କା କରାଯାଉଛି। ଡ୍ରଗ୍ସ ବିକ୍ରେତା ଅଜୟ ରାଜୁ ସିଂହଙ୍କୁ ମଧ୍ୟ ରବିବାର କୋର୍ଟରେ ହାଜର କରାଯାଇଛି ଯେଉଁଠି କୋର୍ଟ ଅରମାନଙ୍କ ସହିତ ଅଜୟଙ୍କୁ ମଧ୍ୟ ଗୋଟିଏ ଦିନ ପାଇଁ ଏନ୍‌ସିବି ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ କିଛି ଦିନ ହେବ ମୁମ୍ବାଇ ଡ୍ରଗ୍ସକୁ ନେଇ ଏନ୍‌ସିବିକୁ ବଡ ସୂଚନା ମିଳିଥିଲା। ଏହାପରେ ଏନ୍‌ସିବି ଏକ ଅପରେସନ ଆରମ୍ଭ କରିଥିଲା, ଯାହାର ନାମ ରୋଲିଂ ଥଣ୍ଡର ରଖାଯାଇଥିଲା। ଏହି ଅପରେସନ ମାଧ୍ୟମରେ ହିଁ ଅରମାନ କୋହଲୀଙ୍କ ଘରେ ଚଢଉ କରାଯାଇଥିଲା। ଏଥିରେ ଆହୁରି ଅନେକ ବଡ ହସ୍ତୀଙ୍କ ହାତ ଥିବା ଅନୁମାନ କରାଯାଉଛି। ଏନ୍‌ସିବି ଯେବେଠାରୁ ସୁଶାନ୍ତ ସିଂହ ରାଜପୁତ କେସର ଡ୍ରଗ୍ସ ଆଙ୍ଗେଲ୍ ଯାଞ୍ଚ କରୁଛି ସେବେଠାରୁ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରୀକୁ ସାମିଲ କରିଦେଇଛି। ପଚରାଉଚରା ପରେ ଏନ୍‌ସିବି ଏନ୍‌ଡିପିଏସ୍ ଆକ୍ଟର ଧାରା ୨୧(ଏ), ୨୭(ଏ), ୨୮, ୨୯, ୩୦ ଓ ୩୫ କେ ଆଧାରରେ ଅରମାନ କୋହଲୀଙ୍କୁ ଗିରଫ କରିଛି।

Arman Kohliଅରମାନ କୋହଲୀ

ତେବେ ଅରମାନଙ୍କ ଗିରଫ ପରେ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଏକ ବିବୃତ୍ତି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିବୃତ୍ତିରେ ସେ କହିଛନ୍ତି ଯେ ଅରମାନଙ୍କ ଯୋଗୁଁ ହିଁ ସେ ସୁପରଷ୍ଟାର ହୋଇପାରିଲେ। ପ୍ରକାଶଥାଉ ଯେ ୧୯୯୨ରେ ଆସିଥିବା ଫିଲ୍ମ ‘ଦିବାନା’ରେ ଶାହରୁଖ ଖାନ ଡେବ୍ୟୁ କରିଥିଲେ। ଏଥିରେ ସେ ଯେଉଁ ଭୂମିକା ନିଭେଇଥିଲେ ଏନେଇ ଅରମାନଙ୍କୁ ଆପ୍ରୋଚ୍ କରାଯାଇଥିଲା। ଅରମାନ ଏହି ଫିଲ୍ମ ପାଇଁ ହଁ ମଧ୍ୟ କରିଥିଲେ ଏବଂ ପୋଷ୍ଟରରେ ତାଙ୍କ ଫଟୋ ମଧ୍ୟ ଛପା ଯାଇଥିଲା। କିନ୍ତୁ କୌଣସି କାରଣରୁ ସେ ମନା କରିଦେଇଥିଲେ। ଏହାପରେ ଶାହରୁଖ ଖାନଙ୍କୁ ଏହି ଅଫର ଦିଆଯାଇଥିଲା। ଫିଲ୍ମ ସୁପରହିଟ୍ ମଧ୍ୟ ହେଲା। ଶାହରୁଖ ଏହାର ଶ୍ରେୟ ଅରମାନଙ୍କୁ ଦେଇଥିଲେ।

Advertisment
Arman and Shahrukhଅରମାନ ଓ ଶାହରୁଖ

ପ୍ରକାଶଥାଉ ଯେ ଅରମାନ କୋହଲୀ ୧୯୯୨ରେ ଆଇ ଫିଲ୍ମ ‘ବିରୋଧୀ’ରେ ବଲିଉଡ ଡେବ୍ୟୁ କରିଥିଲେ। ଏହାର ୧୦ ବର୍ଷ ପରେ ସେ ‘ଜାନୀ ଦୁଷ୍ମନ୍ : ଏକ ଅନୋଖୀ କହାନୀ’ରେ ମୁଖ୍ୟ ଖଳନାୟକ ଭୂମିକା ନିଭେଇଥିଲେ। ପରେ ତାଙ୍କ ହାତକୁ ଆଉ ସେଭଳି ଫିଲ୍ମ ଆସି ନ ଥିଲା। ପରେ ସେ ‘ବିଗ୍ ବସ୍ ୭’ରେ ଜଣେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ।

Mumbai Bollywood Arman Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ