Advertisment

ଟ୍ରାଫିକ୍‌ ପୋଲିସଙ୍କ ଚାଲାଣ କାଟିବା ନିଶା; ଇ-ସ୍କୁଟରର କାଟିଲେ ପଲ୍ୟୁସନ୍‌ ଚାଲାଣ

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟ୍ରାଫିକ୍‌ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନଥିବାରୁ ୨୫୦ ଟଙ୍କା ଫାଇନ୍‌ କାଟିଛନ୍ତି ।

ଅଦ୍ୟତନ ହୋଇଛି
E-Scooter

E-Scooter

Advertisment

ଦୈନଦିନ ଜୀବନରେ କିଛି ନା କିଛି ଅଜବ ଗଜବ ଘଟଣା ଦେଖିବାକୁ ମିଳିଥାଏ । ମୁଖ୍ୟତଃ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିରେ ପଲ୍ୟୁସନ୍‌ ଟେଷ୍ଟିଂ ସାର୍ଟିଫିକେଟ୍‌ ଦରକାର ହୋଇଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଇଲେକ୍ଟ୍ରିକ ସ୍କୁଟର୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଦରକାର ହେବା ଏବଂ ସାର୍ଟିଫିକେଟ୍‌ ନଥିଲେ ଫାଇନ୍‌ ଲାଗିବା ?

Advertisment

ସୋସିଆଲ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଟ୍ରାଫିକ୍‌ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନଥିବାରୁ ୨୫୦ ଟଙ୍କା ଫାଇନ୍‌ କାଟିଛି । ଏହି ଘଟଣାଟି କେରଳର ମାଲ୍ଲାପୁରମ୍‌ ଜିଲ୍ଲା ନିଲାନଚେରୀର ବୋଲି ଜଣାପଡିଛି। ତେବେ ଘଟଣା ଜଣାପଡିବା ପରେ ତଦନ୍ତ ପାଇଁ ସୋସିଆଲ ମିଡିଆ ଉପଭୋକ୍ତା ମାନେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନିବେଦନ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଇ ଫଟୋଟିରେ ୨୫୦ ଟଙ୍କାର ପଲ୍ୟୁସନ୍‌ ଚାଲାଣ କଟିଛି। ମୋଟର ଯାନ ଅଧିନିୟମ ଧାରା ୧୯୮୮ ର ସେକ୍ସନ ୨୧୩ (୫) (ଇ) ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ଏହା ପ୍ରଥମ ଘଟଣା ନୁହେଁ ବରଂ ଏଭଳି ଚାଲାଣ ପୂର୍ବରୁ ଅନେକ ଥର କଟାଯାଇଛି। ଗତ ଜୁଲାଇ ମାସରେ କେରଳର ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ଇନ୍ଧନ ପାଇଁ ତାଙ୍କୁ ଫାଇନ ପଡିଥିଲା। ଠିକ୍‌ ସେହିପରି ବର୍ତ୍ତମାନ କେରଳ ଟ୍ରାଫିକ୍‌ ପୋଲିସ ଦ୍ୱାରା କଟାଯାଇଥିବା ଇ-ସ୍କୁଟରର ଚାଲାଣ ଫେସବୁକ୍‌ରେ ଭାଇରାଲ ହେବାରେ ଲାଗିଛି ।

Advertisment
E-Scooter Pollution Under Control Certificate E-challan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ