Advertisment

ଏଣିକି ଫୋନ୍‌ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା, ଜାଣନ୍ତୁ କେତେ?

ଫୋନ୍‌ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ମୋଟ୍‌ ଉପରେ ଫୋନ୍‌ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ସୂଚନା ଅନୁସାରେ, ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନପେ ଦେଶର ପ୍ରଥମ ଏମିତି ଆପ୍ ପାଲଟି ଯାଇଛି ଯେଉଁଥିରେ ୟୁପିଆଇ ବେଷ୍ଟ୍ଡ ଟ୍ରାଞ୍ଜାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି

ଅଦ୍ୟତନ ହୋଇଛି
Pohen Pay

Pohen Pay

Advertisment

ନୂଆଦିଲ୍ଲୀ: ଫୋନ୍‌ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ମୋଟ୍‌ ଉପରେ ଫୋନ୍‌ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ସୂଚନା ଅନୁସାରେ, ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନପେ ଦେଶର ପ୍ରଥମ ଏମିତି ଆପ୍ ପାଲଟି ଯାଇଛି ଯେଉଁଥିରେ ୟୁପିଆଇ ବେଷ୍ଟ୍ଡ ଟ୍ରାଞ୍ଜାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି । ଯଦି ଆପଣ ୫୦ ଟଙ୍କାରୁ ଅଧିକ ଟଙ୍କା ରିଚାର୍ଜ କରନ୍ତି ତେବେ ଟ୍ରାଞ୍ଜାକ୍ସନର ପ୍ରସୋସିଂ ଫିସ୍ ପଡ଼ିବ। ଅର୍ଥାତ୍‌ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ୟୁପିଆଇ ରିଚାର୍ଜରେ ବି ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯାହାକୁ ନେଇ ଚିନ୍ତାରେ ଏବେ ଗ୍ରାହକମାନେ। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଡିଜିଟାଲରେ କାରବାର କର ଓ ଅନ୍ୟପଟେ ଡିଜିଟାଲ ପେମେଣ୍ଟର ଦର ବଢାଇବାରେ ଲାଗିଛନ୍ତି।

Advertisment

ଜାଣନ୍ତୁ କେତେ ଟଙ୍କ ଦେବାକୁ ପଡ଼ିବ?

ଯଦି ଆପଣ ଫୋନ୍‌ ପେ’ ବ୍ୟବହାର କରୁଛନ୍ତି ଅର୍ଥାତ୍‌ ଫୋନ୍‌ ପେ’ରେ ରିଚାର୍ଜ କରୁଛନ୍ତି ତେବେ ଜାଣିରଖନ୍ତୁ ଆପଣ ଯଦି ୫୦ ଟଙ୍କାରୁ କମ୍‌ ଟଙ୍କା ଫୋନ୍‌ରେ ରିଚାର୍ଜ କରୁଛନ୍ତି ତେବେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୫୦ ଟଙ୍କାରୁ ଅଧିକ ଏବଂ ୧୦୦ ଟଙ୍କାରୁ କମ୍‌ ରିଚାର୍ଜ କଲେ ଆପଣଙ୍କୁ ୧ ଟଙ୍କା ଏବଂ ୧୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଆପଣଙ୍କୁ ୨ ଟଙ୍କା ଦେୟ ଦେବାକୁ ପଡ଼ିବ। ସେପଟେ PhonePeର ମୁଖପାତ୍ର କହିଛନ୍ତି , ଦେୟ ନେଉଥିବା ଏହା ପ୍ରଥମ ପେମେଣ୍ଟ ପ୍ଲାଟଫର୍ମ ନୁହେଁ । ବରଂ ବିଲ୍ ପେମେଣ୍ଟ ଉପରେ ଏହା ଏକ ଛୋଟ ଚାର୍ଜ କରୁଥିବା ଏକ ଷାଣ୍ଡାର୍ଡ ପ୍ରାକ୍ଟିସ୍ ।

Advertisment

ଏବଂ କମ୍ପାନୀ କେବଳ କ୍ରେଡିଟ୍ କାର୍ଡରୁ ପେମେଣ୍ଟରେ ପ୍ରୋସେସିଂ ଫିସ୍ ନେବ ବୋଲି ସୂଚନା ଦେଇଛି । କିନ୍ତୁ ଦେୟକୁ ନେଇ ଏବେ ଗ୍ରାହକଙ୍କ ମନରେ ଅସନ୍ତୋଷ ରହିଛି। ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ପାଖାପାଖି ୩୦୦ ମିଲିୟନରୁ ଅଧିକ ୟୁଜର୍ସ ଫୋନ୍‌ ପେ’ ବ୍ୟବହାର କରୁଛନ୍ତି। ତେଣୁ ଏହି ନିୟମ ଲାଗୁ ହେବା ପରେ ସମସ୍ତେ ଦେୟ ଦେବେ। ନଚେତ୍‌ ଫୋନ୍‌ ପେ’ରେ ରିଚାର୍ଜ ହୋଇନପାରେ ବୋଲି କୁହାଯାଉଛି। କିନ୍ତୁ ଏହି ନୂଆ ନିୟମ କେବେ ଲାଗୁ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ନଭେମ୍ବରରେ ନିୟମ ଲାଗୁ ହେବା ନେଇ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି।

Phone Pay Phone Pay Recharge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ