Advertisment

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Petrol price hiked

Petrol, Diesel Rates Hiked Again

Advertisment

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ୯୪ ଟଙ୍କା ୫୭ ପଇସାରେ ପହଞ୍ଚିଛି। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। 

Advertisment

କୋଲକାତାରେ ପେଟ୍ରାଲ ଲିଟର ପ୍ରତି ୧୦୬ ଟଙ୍କା ୪୩ ପଇସା ଓ ଡିଜେଲ ୯୭ ଟଙ୍କା ୬୮ ପଇସା, ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୧୧ ଟଙ୍କା ୭୭ ପଇସା ଓ ଡିଜେଲ ୧୦୨ ଟଙ୍କା ୫୨ ପଇସା, ଚେନ୍ନାଇରେ ପେଟ୍ରାଲ ଲିଟର ପ୍ରତି ୧୦୩ ଟଙ୍କା ୦୧ ପଇସା ଓ ଡିଜେଲ ୯୮ ଟଙ୍କା ୯୨ ପଇସା ରହିଛି। ଲୋକାଲ୍‌ ଟ୍ୟାକ୍ସ ଅନୁସାରେ, ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଅଲଗା ଅଲଗା ଥାଏ। 

ଆଜି ଓଡ଼ିଶାର ମାଲକାନଗିରିରେ ତୈଳ ଦର ସବୁ ରେକର୍ଡ ଟପିଛି। ଆଜି ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୧୧୨ ଟଙ୍କା ୩୬ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ୍‌ ଦର ୧୦୮ ଟଙ୍କା ୫୬ ପଇସାକୁ ବଢ଼ିଛି। କାଲିମେଳାରେ ତୈଳ ଦର ୧୧୩ ଟଙ୍କାରେ ବଢ଼ିଛି। ରାଜଧାନୀ ଭୁବନେଶ୍ୱରରେ ବି ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୬ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଡିଜେଲ ଦର ବି ବୃଦ୍ଧି ପାଇ ୧୦୩ ଟଙ୍କା ୧୫ ପଇସାରେ ପହଞ୍ଚିଛି। ସେହିପରି କଟକରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୭ ଟଙ୍କା ୪ ପଇସା ଥିବାବେଳେ ଡିଜେଲ ଦର ୧୦୩ ଟଙ୍କା ୪୨ରେ ପହଞ୍ଚିଛି। ରାଉରକେଲାରେ ପେଟ୍ରୋଲ ୧୦୭ ଟଙ୍କା ୮୮ ପଇସା ଥିବା ବେଳେ ବାଲେଶ୍ୱରରେ ୧୦୬ ଟଙ୍କା ୭୦ ପଇସାରେ ପହଞ୍ଚିଛି। ଗତ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଏବେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍‌ କରିଥିବା ବେଳେ ଅନେକ ରାଜ୍ୟରେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। 

Advertisment

ପ୍ରତିଦିନ ସକାଳ ୬ଟାରେ ନୂଆ ତୈଳ ଦର ଜାରି କରାଯାଇଥାଏ। ମୋବାଇଲରେ ମେସେଜ କରି ଆପଣ ନିଜ ସହରର ପେଟ୍ରୋଲ ଡିଜେଲ ଦର ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ ଅଏଲ SMS ସେବା ଅନୁଯାୟୀ, ମୋବାଇଲ ନମ୍ବର 9224992249ରେ ମେସେଜ କରିପାରିବେ। ପ୍ରଥମେ RSP<ସ୍ପେଶ୍‌>ପେଟ୍ରୋଲ ପମ୍ପ ଡିଲର କୋଡ ଲେଖି ଉକ୍ତ ନମ୍ବରରେ ପଠାନ୍ତୁ।  ନିଜ ଅଞ୍ଚଳର  RSP କୋଡ ସାଇଟରୁ ଚେକ୍‌ କରିପାରବେ। ମେସେଜ ପଠାଇ ସାରିବା ପରେ ଆଜିର ତୈଳ ଦର ମୋବାଇଲ ମେସେଜକୁ ଆସିଯିବ।   

Petrol Price Hike Petrol Diesel Price Hike Petrol-Diesel Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ