Advertisment

ବଢ଼ି ଚାଲିଛି ତେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ ଲିଟର ପିଛା କେତେ...

ବେଲଗାମ୍ ତୈଳ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର।

ଅଦ୍ୟତନ ହୋଇଛି
Petrol, diesel prices see 11th hike in 13 days

Petrol, diesel prices see 11th hike in 13 days

Advertisment

ବେଲଗାମ୍ ତୈଳ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବଢି ୧୧୦ ଟଙ୍କା ୫୩ ପଇସା ହୋଇଥିବା ବେଳେ ଡିଜେଲ ଦର ୮୫ ପଇସା ମହଙ୍ଗା ହୋଇ ୧୦୦ଟଙ୍କା ୨୩ ରେ ପହଞ୍ଚିଛି ।

Advertisment

ସେହିପରି ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢ଼ିଛି । ସେହିପରି ଚେନ୍ନାଇରେ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୭୫ ପଇସା ଲେଖାଏଁ ବଢ଼ିଛି ସେହିପରି କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢ଼ିଛି ।

କେମିତି ଜାଣିବେ ନୂଆ ତୈଳ ଦର

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।

Advertisment
Oil Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ