Advertisment

ଆହୁରି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ, ୧୬ ଦିନରେ ୧୪ ଥର ବଢ଼ିଲା ଦର

ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଏହାକୁ ମିଶାଇ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
 Petrol,Diesel Prices Hiked Again

Petrol,Diesel Prices Hiked Again

Advertisment

ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଏହାକୁ ମିଶାଇ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଗତ ୧୬ ଦିନ ମଧ୍ୟରେ ତୈଳ ଦର ଲିଟର ପ୍ରତି ୧୦ଟଙ୍କା ବୃଦ୍ଧି ପାଇସାରିଲାଣି। 

Advertisment

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୫ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ୯୬ ଟଙ୍କା ୬୭ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବୃଦ୍ଧି ପାଇଛି। ଫଳରେ ମୁମ୍ବାଇରେ ପେଟ୍ରୋଲ ୧୨୦ ଟଙ୍କା ୫୧ ପଇସା ଓ ଡିଜେଲ ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ଦର ୧୧୨ ଟଙ୍କା ୬୮ ପଇସା ଓ ଡିଜେଲ ୧୦୨ ଟଙ୍କା ୩୫ ପଇସା ରହିଛି। 

ଲୋକାଲ୍‌ ଟ୍ୟାକ୍ସ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ଥାଏ। ୪ ମାସ ପରେ ଗତ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିଲା। ସେବେଠୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। 

Advertisment
Petrol Diesel Prices Petrol Diesel Prices Hiked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ