Advertisment

ଅଶୌଧିତ ତୈଳ ଦର କମୁଛି କିନ୍ତୁ କମୁନାହିଁ ପେଟ୍ରୋଲ କିମ୍ବା ଡ଼ିଜେଲ ଦର

ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୭.୪୫ ପଇସା ରହିଛି।

ଅଶୌଧିତ ତୈଳ ଦର କମୁଛି କିନ୍ତୁ କମୁନାହିଁ ପେଟ୍ରୋଲ କିମ୍ବା ଡ଼ିଜେଲ ଦର

petroll

Advertisment

ନୂଆଦିଲ୍ଲୀ: କମିବାରେ ନା ଧରୁନାହିଁ ତୈଳଦର। ଲଗାତାର ବଢିବାରେ ଲାଗୁଛି ଦର। ଯାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ୁଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦରରେ କୌଣସି ପରିବର୍ତ୍ତିନ ହେଉନଥିବା ପରେ ମଧ୍ୟ ଭାରତୀୟ ତୈଳ କମ୍ପାନୀ ଗୁଡ଼ିକ ତେଲ ଦର କମାଇବାରେ ନା ଧରୁନାହାନ୍ତି। ଅଶୌଧିତ ତୈଳର ଦାମ୍‌ କମ ହେବା ପରେ ବି କାହିଁକି ତେଲ ଦର କମୁନାହିଁ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ବର୍ତ୍ତମାନ ବି ଦେଶରେ ରେକର୍ଡ ସ୍ତରରେ ରହିଛି ତୈଳ ଦରର ଦାମ୍‌। ତୈଲ ଦର ସାଙ୍ଗକୁ ତାଳ ଦେଇ ଗ୍ୟାସ ରେଟ୍‌ ମଧ୍ୟ ବଢିବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତାରେ ସାଧାରଣ ଜନତା।

Advertisment

ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୭.୪୫ ପଇସା ରହିଛି। କିନ୍ତୁ ଜୁଲାଇ ୧୭ ରୁ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା କାରଣରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ଖାଉଟି।

Advertisment

ସୂଚନା ଅନୁସାରେ, ଅଟୋମେଟିକ୍‌ ସିଷ୍ଟମ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ଅପଡେଟ୍ ହେଉଛି | ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ସହିତ ବିଦେଶୀ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ଦର ନିର୍ଦ୍ଧାରିତ ହୁଏ | ଏହାସହ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତିଦିନ ଏହାର ସମୀକ୍ଷା କରିବା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରୁଥିବା ନେଇଅ ସୂଚନା ମିଳିଛି। ଇଣ୍ଡିଆନ୍ ଅଏଲ୍, ଭରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ତୈଳ କମ୍ପାନୀଗୁଡିକ ପ୍ରତିଦିନ ସକାଳେ ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରନ୍ତି |

ତେବେ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଯଦି ନିଜ ଅଂଚଳର ତୈଳ ଦର ଜାଣିବା ପାଇଁ ଇଚ୍ଛା ରଖିଛନ୍ତି ତେବେ କେବଳ ଗୋଟିଏ ଏସଏମଏସ ମାଧ୍ୟମରେ ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣିପାରିବେ | ଏଥିପାଇଁ ଇଣ୍ଡିଆନ୍ ଅଏଲ୍ (IOCL) ର ଗ୍ରାହକମାନଙ୍କୁ RSP କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ଆଉ ଏହାପରେ ଆପଣ ମଧ୍ୟ ଘରେ ବସି ତୈଳ ଦର ସମ୍ପର୍କରେ ସୂଚନା ପାଇପାରିବେ।

Advertisment
India Oil Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ