Advertisment

ପୁଣି ବଢିଲା ପେଟ୍ରୋଲ ଦର ! ଜାଣନ୍ତୁ ଆପଣଙ୍କ ସହରରେ କେତେ…

ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍‌ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍‌ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି । ଗତକାଲି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା

ଅଦ୍ୟତନ ହୋଇଛି
Petrol Diesel Price Hiked Again check Latest Fuel Price

Petrol Diesel Price Hiked Again check Latest Fuel Price

Advertisment

ନୂଆଦିଲ୍ଲୀ:  ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍‌ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍‌ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି । ଗତକାଲି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା । ଗତ ସପ୍ରାହରେ ଲଗାତାର ୫ ଦିନ ଡିଜେଲ୍ ଦର ବଢ଼ିଥିବା ବେଳେ ୨ ଦିନ ଧରି ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହରେ ଡିଜେଲ୍‌ ଦର ପ୍ରାୟ ଦେଢ ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ପେଟ୍ରୋଲ ଦର ମଧ୍ୟ ୪୦ରୁ ୪୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

Advertisment

ଆଜିର ତେଲ ଦର

ଦିଲ୍ଲୀ: ପେଟ୍ରୋଲ – ଲିଟର ପିଛା ୧୦୧.୬୪; ଡିଜେଲ - ଲିଟର ପିଛା ୮୯.୮୭ ଟଙ୍କା

ମୁମ୍ବାଇ: ପେଟ୍ରୋଲ - ଲିଟର ପିଛା ୧୦୭.୭୧; ଡିଜେଲ - ଲିଟର ପିଛା ୯୭.୫୨ ଟଙ୍କା

କୋଲକାତା: ପେଟ୍ରୋଲ - ଲିଟର ପିଛା ୧୦୨.୧୭; ଡିଜେଲ - ଲିଟର ପିଛା ୯୨.୯୭ ଟଙ୍କା

ଚେନ୍ନାଇ: ପେଟ୍ରୋଲ - ଲିଟର ପିଛା ୯୯.୩୬ ଟଙ୍କା; ଡିଜେଲ - ଲିଟର ପିଛା ୯୪.୪୫ ଟଙ୍କା

ବେଙ୍ଗାଲୁରୁ: ପେଟ୍ରୋଲ - ଲିଟର ପିଛା ୧୦୫.୧୮; ଡିଜେଲ - ଲିଟର ପିଛା ୯୫.୩୮ ଟଙ୍କା

ଭୋପାଳ: ପେଟ୍ରୋଲ - ଲିଟର ପିଛା ୧୧୦.୧୧; ଡିଜେଲ - ଲିଟର ପିଛା ୯୮.୭୭ ଟଙ୍କା

ଲକ୍ଷ୍ନୌ: ପେଟ୍ରୋଲ - ଲିଟର ପିଛା ୯୮.୭୫ ଟଙ୍କା, ଡିଜେଲ - ଲିଟର ପିଛା ୯୦.୨୯ ଟଙ୍କା

Advertisment

ପାଟନା: ପେଟ୍ରୋଲ - ଲିଟର ପିଛା ୧୦୪.୩୪; ଡିଜେଲ - ଲିଟର ପିଛା ୯୬.୦୫ ଟଙ୍କା

ଚଣ୍ଡିଗଡ଼: ପେଟ୍ରୋଲ - ଲିଟର ପିଛା ୯୭.୮୫; ଡିଜେଲ - ଲିଟର ପିଛା ୮୯.୬୧ ଟଙ୍କା

ଦେଶରେ ପ୍ରତିଦିନ ସକାଳ ୬ଟାରେ ଇନ୍ଧନର ନୂଆ ମୂଲ୍ୟ ଜାରି କରାଯାଏ । ଫୋନରେ ଗୋଟିଏ ମେସେଜ୍ ଦ୍ୱାରା ଆପଣ ପେଟ୍ରୋଲ ଓ ଡିଜେଲ୍‌ ଦର ଜାଣିପାରିବେ । ଏଥିପାଇଁ ପାଇଁ ଗ୍ରାହକମାନଙ୍କୁ ଇଣ୍ଡିଆନ୍‌ ଓଏଲ୍‌ SMS ସେବାର ମୋବାଇଲ୍ ନମ୍ବର 9224992249 କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ ୱେବ୍‌ସାଇଟ୍‌ରୁ ନିଜ ଅଞ୍ଚଳର RSP କୋଡ୍‌କୁ ଜାଣିପାରିବେ । ଏହି ମେସେଜ୍‌ଟି ପଠାଇବା ପରେ ଆପଣଙ୍କ ଫୋନକୁ ତେଳ ଦର ସମ୍ପର୍କୀତ ସମସ୍ତ ସୂଚନା ଆସିଯିବ । 

India News India Diesel Prices Petrol Prices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ