Advertisment

୧୧୦ ଛୁଇଁଲା ତୈଳ ଦର: ଚିନ୍ତାରେ ଖାଉଟି

ଗତ ୮ ଦିନ ଧରି ଲଗାତାର ତେଲ ଦର ବୃଦ୍ଧି ହୋଇଥିବା ସ୍ଥାନୀୟ ଡିଲରମାନେ କହିଛନ୍ତି। ଆଜି ତୈଳଦର ବୃଦ୍ଧି ହୋଇନାହିଁ ହେଲେ ବି ଦର ୧୧୦ରେ ପହଞ୍ଚିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୮୪ ପଇସା ରହିଥିବା ବେଳେ ଡିଜେଲ ୮୯ ଟଙ୍କା ୮୭ ପଇସା ରହିଛି।

୬ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

petrol pump

Advertisment

ଭୋପାଳ: ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି ତୈଳଦର। ପ୍ରତ୍ୟେତ ଦିନ ଲିଟର ପ୍ରତି କିଛି ଶୁଳ୍କ ବୃଦ୍ଧି କରୁଛନ୍ତି ତୈଳ କମ୍ପାନୀ। ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ପେଟ୍ରୋଲ ଓ ଡିଜେଲ ଦର ୧୧୦ ଟଙ୍କା ପାର ହୋଇଛି। ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଖାଉଟି। ବାରମ୍ବାର ଏପରି ତୈଳ ବୃଦ୍ଧି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି। ଗତ ୮ ଦିନ ଧରି ଲଗାତାର ତେଲ ଦର ବୃଦ୍ଧି ହୋଇଥିବା ସ୍ଥାନୀୟ ଡିଲରମାନେ କହିଛନ୍ତି। ଆଜି ତୈଳଦର ବୃଦ୍ଧି ହୋଇନାହିଁ ହେଲେ ବି ଦର ୧୧୦ରେ ପହଞ୍ଚିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୮୪ ପଇସା ରହିଥିବା ବେଳେ ଡିଜେଲ ୮୯ ଟଙ୍କା ୮୭ ପଇସା ରହିଛି।

Advertisment

ଏହା ପୂର୍ବରୁ ତେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଥିଲା। ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ବଜାରରେ ତେଲ ଦରରେ ହ୍ରାସ ହେଉଥିବା କାରଣରୁ ଦେଶରେ ଏପରି ଭାବରେ ତୈଳ ଦର ବୃଦ୍ଧି ହେଉଛି। ଏପରିକି ପୂର୍ବରୁ ବ୍ୟାରେଲ ପିଛା ତୈଳ ଦର ୭୭ ଡଲାର ରହିଥିବା ବେଳେ ୬୯ ଡଲାରକୁ ଖସି ଆସିଛି। ସେହିପରି ମୁମ୍ବାଇରେ, ୧୦୦ ଟଙ୍କା ରହିଛି ପେଟ୍ରୋଲ ଦର ଏବଂ ଡିଜେଲ ୯୭.୪୫ ଟଙ୍କା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶର ପ୍ରତ୍ୟେକ ମହାନଗର ନିଗମରେ ୧୦୦ ଟଙ୍କାରେ ପହଞ୍ଚିଲାଣି ତୈଳ ଦର। କେବଳ ଏତିକି ନୁହେଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଡିଜେଲର ଦର ୧୦୦ ଟଙ୍କା ରହିଥିବା ଜଣାପଡ଼ିଛି। ଗୋଟିଏ ପଟେ କରୋନାରେ ଅନେକ ଲୋକ ଜୀବିକା ହରାଇଛନ୍ତି ଆଉ ଏହି ସମୟରେ ବାରମ୍ବାର ଏମିତି ତେଲ ଦର ବଢୁଥିବା କାରଣରୁ ସ୍ଥିତି ଗମ୍ଭୀର ହେଲାଣି। ସାଧାରଣ ଲୋକ ଉପରେ ସିଧାସଳଖ ଉପରେ ମହଙ୍ଗ ମାଡ଼ ପଡ଼ୁଛି। ତୈଳ ଦର ବୃଦ୍ଧି ହେଉଥିବା କାରଣରୁ ପ୍ରତ୍ୟେକ ସାମଗ୍ରୀର ଦର ମଧ୍ୟ ବଢୁଛି, ତେଣୁ ସରକାର ତୈଳ ଦରରେ ହ୍ରାସ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

Advertisment
India News Petrol Prices Diesel Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ