Advertisment

ଏକ ବର୍ଷରେ ୨୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ୍ : ୧୯ ରାଜ୍ୟରେ ଦର ୧୦୦ ଟପିଲା

କରୋନା କାଳରେ ରୋଜଗାର ନଥିବା ବେଳେ ନିମ୍ନ ଓ ମଧ୍ୟବିତ୍ତ ପରିବାର ଲାଗି ଏହା ବେଡି ଉପରେ କୋରଡା ଭଳି ହୋଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବୋତ୍ତମ ରେକର୍ଡ଼ କରିଛି ।

ଏକ ବର୍ଷରେ ୨୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ୍ : ୧୯ ରାଜ୍ୟରେ ଦର ୧୦୦ ଟପିଲା

Petrol Price

Advertisment

ନୂଆଦିଲ୍ଲୀ : ତୈଳ ଦରରେ ଲାଗୁନି ବ୍ରେକ୍ । କରୋନା କାଳରେ ରୋଜଗାର ନଥିବା ବେଳେ ନିମ୍ନ ଓ ମଧ୍ୟବିତ୍ତ ପରିବାର ଲାଗି ଏହା ବେଡି ଉପରେ କୋରଡା ଭଳି ହୋଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବୋତ୍ତମ ରେକର୍ଡ଼ କରିଛି । ବର୍ତ୍ତମାନ ଦେଶର ୧୯ ଟି ରାଜ୍ୟରେ ପେଟ୍ରୋଲର ମୂଲ୍ୟ ୧୦୦ ଅତିକ୍ରମ କରିଥିବାବେଳେ ଅନେକ ସହରରେ ୧୧୦ ଟଙ୍କା ଟପିଛି । ମେ ମାସ ଆରମ୍ଭରୁ ଘରୋଇ ଇନ୍ଧନ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ୧ ବର୍ଷ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨୧ଟଙ୍କା ମହଙ୍ଗା ହୋଇଛି।

Advertisment

ଦେଶର ୧୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଟପିଛି । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜାମ୍ମୁ କାଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଆଦିରେ ସେନଚୁରୀ ମାରିସାରିଛି ପଟ୍ରୋଲ୍ ଦର ।

ଭାରତରେ ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ତଥା ଟଙ୍କା-ଡଲାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ । ଏହା ବ୍ୟତୀତ କେନ୍ଦ୍ର ସରକାର, ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଏବଂ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ଭଳି ବିଭିନ୍ନ ଟିକସ ଆଦାୟ କରୁଛନ୍ତି । ଅନ୍ୟପଟେ ଇନ୍ଧନ ମୂଲ୍ୟରେ ଡିଲର କମିଶନ ଏବଂ ମାଲ ପରିବହନ ଶୁଳ୍କ ମଧ୍ୟ ଯୋଡା ଯାଇଛି। ତେବେ ସବୁଠାରୁ ଚିନ୍ତାଜନକ କଥା ହେଲା ଏବେ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଦର ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧୀନରେ ଆସୁ ନାହିଁ ।

Advertisment

ଆକାଶ ଛୁଆଁ ତୈଳଦରକୁ ନେଇ ତ୍ରାହି ତ୍ରାହି ଭିତରେ ବିକଳ୍ପ ଖୋଜିଲାଣି ଜନତା। ଖାସ୍ କରି ଗରିବଗୁରୁବା ଓ ନିମ୍ନ ମଧ୍ୟବିତ୍ତଙ୍କ କଷଣ କହିଲେ ନସରେ। ଅତି ଜରୁରୀ କାମ ଥିଲେ ବି ଦୁଇ ଚକିଆ ଯାନଟିକୁ କାଢିବା ଲାଗି ସାହସ ଜୁଟାଇ ପାରୁନାହାନ୍ତି ଲୋକେ। ଏଣେ ତୈଳଦର ବୃଦ୍ଧିର ପ୍ରଭାବ ପଡିଛି ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ। ଗରିବ ହୁଅନ୍ତୁ କି ଧନୀ, ବେଲଗାମ ତୈଳ ଦର ସମସ୍ତଙ୍କୁ ନୟାନ୍ତ କରିଥିବା ବେଳେ ବଢିବାରେ ଲାଗିଛି ଅସନ୍ତୋଷ। ର୍ଦ୍ଧିତ ତୈଳ ଦର ଇ-ଭେହିକିଲ ଭଳି ବିକଳ୍ପ ଖୋଜିବା ଲାଗି ଲୋକଙ୍କୁ ବାଧ୍ୟ କରିଛି ।

Advertisment
India Petrol Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ