Advertisment

ଖୁବ୍‌ଶୀଘ୍ର ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ଖୁବ୍‌ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Petrol & Diesel May Hike

Petrol & Diesel May Hike

Advertisment

ଖୁବ୍‌ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ତୈଳ ଦର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

Advertisment

ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଲଗାତର ଭାବେ ବଢ଼ି ଚାଲିଥିବା ସତ୍ତ୍ୱେ ନଭେମ୍ବର ୬ ପରଠୁ ଦେଶରେ ପେଟ୍ରୋଲ, ଡିଜେଲ ଦରରେ ବୃଦ୍ଧି ଘଟିନି। ସେବେଠୁ ୟା ଭିତରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୨ ଡଲାରୁ ୧୩୦ ଡଲାର ଛୁଇଁଲାଣି। ସେହି ହିସାବରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୨୦ ଟଙ୍କା ବଢ଼ିବା କଥା। କିନ୍ତୁ ୫ ରାଜ୍ୟ ନିର୍ବାଚନ ପାଇଁ ତୈଳ ଦର ବୃଦ୍ଧି ଉପରେ ବ୍ରେକ୍ ଲାଗିଥିବାରୁ ଆଗକୁ ତୈଳ ଦର ବଢ଼ିବା ନେଇ ଅନୁମାନ କାରଯାଉଛି।

ମିଳିଥିବା ସୂଚନା ଅନୁସାରେ ଚଳିତ ସପ୍ତାହରେ ପ୍ରତି ଲିଟରକୁ ତୈଳ ଦର ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସୋମବାର ଦିନ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ପିଛା ୧୩୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା। ଭାରତର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ରହିଛି। 

Advertisment

ଜାଣନ୍ତୁ, କେଉଁ ସହରରେ ପେଟ୍ରୋଲ ଓ ଡିଜେଲ କେତେ ଟଙ୍କା ରହିଛି...

  • ଦିଲ୍ଲୀ: ପେଟ୍ରୋଲ- ଲିଟର ପ୍ରତି ୯୫ ଟଙ୍କା ୪୧ ପଇସା, ଡିଜେଲ- ଲିଟର ପ୍ରତି ୮୬ ଟଙ୍କା ୬୭ ପଇସା 
  • ମୁମ୍ବାଇ: ପେଟ୍ରୋଲ- ଲିଟର ପ୍ରତି ୧୦୯ ଟଙ୍କା ୯୮ ପଇସା, ଡିଜେଲ- ଲିଟର ପ୍ରତି ୯୪ ଟଙ୍କା ୧୪ ପଇସା 
  • କୋଲକାତା: ପେଟ୍ରୋଲ- ଲିଟର ପ୍ରତି ୧୦୪ ଟଙ୍କା ୬୭ ପଇସା, ଡିଜେଲ- ଲିଟର ପ୍ରତି ୮୯ ଟଙ୍କା ୭୯ ପଇସା
  • ଚେନ୍ନାଇ: ପେଟ୍ରୋଲ- ଲିଟର ପ୍ରତି ୧୦୧ ଟଙ୍କା ୪୦ ପଇସା, ଡିଜେଲ- ଲିଟର ପ୍ରତି ୯୧ ଟଙ୍କା ୪୩ ପଇସା
  • ଭୋପାଳ: ପେଟ୍ରୋଲ- ଲିଟର ପ୍ରତି ୧୦୭ ଟଙ୍କା ୨୩ ପଇସା, ଡିଜେଲ- ଲିଟର ପ୍ରତି ୯୦ ଟଙ୍କା ୮୭ ପଇସା
  • ଜୟପୁର: ପେଟ୍ରୋଲ- ଲିଟର ପ୍ରତି ୧୦୭ ଟଙ୍କା ୦୨ ପଇସା, ଡିଜେଲ- ଲିଟର ପ୍ରତି ୯୦ ଟଙ୍କା ୬୬ ପଇସା
  • ପାଟନା: ପେଟ୍ରୋଲ- ଲିଟର ପ୍ରତି ୧୦୬ ଟଙ୍କା ୪୮ ପଇସା, ଡିଜେଲ- ଲିଟର ପ୍ରତି ୯୧ ଟଙ୍କା ୬୩ ପଇସା
Diesel Prices Petrol Prices Petrol Diesel Prices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ