Advertisment

ସାଧାରଣଜନତାଙ୍କ ପାଇଁ ଖୁସି ଖବର ! ଆହୁରି ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ !

ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି।

Petrol And Diesel Price May Cut As Crude Oil Production Will Bring Down

Petrol And Diesel Price May Cut As Crude Oil Production Will Bring Down

Advertisment

ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି। ତୈଳ ରପ୍ତାନୀ କରୁଥିବା ଦେଶ ଗୁଡ଼ିକର ସଂଗଠନ (OPEC- Organization of the Petroleum Exporting Countries), ରୁଷ୍‌ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡ଼ିକ ଜୁଲାଇ-ଅଗଷ୍ଟରୁ ଅଶୌଧିତ ତୈଳ ଉତ୍ପାଦନ(Crude Oil Production Hike) ଆହୁରି ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଉତ୍ପାଦନ ବଢ଼ିଲେ ତୈଳ ଦର ହ୍ରାସ ଘଟିବ ବୋଲି ଆଶ କରାଯାଉଛି। 

Advertisment

ଅଶୌଧିତ ତୈଳ ଉତ୍ପାଦନ ବୃଦ୍ଧି କରିବା ସହ ପ୍ରତିଦିନ ୬.୪୮ ଲକ୍ଷ ବ୍ୟାରେଲ୍‌ ଉତ୍ପାଦନ କରିବା ପାଇଁ OPEC, ରୁଷ୍‌ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି। ଏହି ନିଷ୍ପତ୍ତି ଯୋଗୁ ସାରା ଦୁନିଆରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହେବ ବୋଲି ଆଶା କରାଯାଉଛି।

କରୋନା ସମୟରେ ଲକ୍‌ଡାଉନ୍‌ ଯୋଗୁ ଅଶୌଧିତ ତୈଳର ବ୍ୟବହାର ହ୍ରାସ ପାଇଥିଲା। ଫଳରେ ଦର ମଧ୍ୟ ବହୁତ କମିଥିଲା। ଏହାପରେ ତୈଳ ଉତ୍ପାଦନକାରୀ ଦେଶ ଗୁଡ଼ିକ ଦୈଳ ଦର ସ୍ଥିର କରିବା ଲାଗି ଅଶୌଧିତ ତୈଳ ଉତ୍ପାଦନ ହ୍ରାସ କରିଥିଲେ। ହେଲେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ତୈଳ ଉତ୍ପାଦନ ଆହୁରି ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଦିନକୁ ୪.୩୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ ହେଉଛି। ଚଳିତ ବର୍ଷ ଫେବୃଆରୀ ଶେଷରେ ରୁଷ୍‌-ୟୁକ୍ରେନ ଯୁଦ୍ଧ(Russia-Ukraine War) ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ପାଇଥିଲା। ରୁଷ୍‌ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିବା ଯୋଗୁ ଅଶୌଧିତ ତୈଳ ସପ୍ଲାଏ ବ୍ୟାହତ ହୋଇଥିଲା। ଫଳରେ ତୈଳ ଦର ମହଙ୍ଗା ହୋଇଥିଲା। 

Advertisment

ସୂଚନାଥାଉ କି, ନିକଟରେ ଭାରତ ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯ ଟଙ୍କା ୫୦ ପଇସା କମାଇ ଥିବାବେଳେ, ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା କମାଇଥିଲେ। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା।

Diesel Prices Petrol Prices Petrol And Diesel Prices
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ