Advertisment

ତୈଳ ଦରରେ ଲାଗୁନି ଲଗାମ : ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।

ଅଦ୍ୟତନ ହୋଇଛି
undefined

petrol diesel prices

Advertisment

ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।

Advertisment

ତୈଳ ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୪ ପଇସା ହୋଇଥିବା ବେଳେ ଡିଜେଲ ଦର ୯୯ ଟଙ୍କା ୭୦ ପଇସାରେ ପହଞ୍ଚିଛି । କୋରାପୁଟ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୩୭ ପଇସା ରହିଥିବା ବେଳେ ଡିଜେଲ ଦର ୧୦୪ ଟଙ୍କା ୧୦ ପଇସା ରହିଛି। ବଲାଙ୍ଗିରରେ ପେଟ୍ରୋଲ ଦର ୧୦୫ ଟଙ୍କା ୭୦ ପଇସା ରହିଥିବା ବେଳେ ବାଲେଶ୍ୱରରେ ପେଟ୍ରେଲ ଲିଟର ପିଛା ୧୦୩ ଟଙ୍କା ୭୬ ପଇସା ରହିଛି ।

Advertisment

ସେହିପରି ଦିନକୁ ଦିନ ବୃଦ୍ଧି ପାଇଛି ଅଣରିହାତି ଏଲ୍ପିଜି ଦର । ଅଣରିହାତି ଏଲ୍ପିଜି ଦର ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ଅଣରିହାତି ଏଲ୍ପିଜି ସିଲିଣ୍ଡର ପିଛା ଦର ୮୯୯ ଟଙ୍କା ୫୦ ପଇସା ରହିଛି । ତୈଳ ଓ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ତଥ୍ୟ କହୁଛି ୨୦୨୦ ଏପ୍ରିଲରୁ ଏବେ ସୁଦ୍ଧା, ଅର୍ଥାତ୍ ଗତ ଦେଢ଼ ବର୍ଷରେ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କାରୁ ଅଧିକ ଓ ଡିଜେଲ୍ ମଧ୍ୟ ୩୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ସାରିଲାଣି। ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଟିକସ କାରଣରୁ ହିଁ ଦେଶରେ ହୁ ହୁ ବଢୁଛି ତୈଳ ଦର।

Advertisment

ପ୍ରତିଦିନ ସକାଳ ୬ଟାରେ ନୂଆ ତୈଳ ଦର ଜାରି କରାଯାଇଥାଏ। ମୋବାଇଲରେ ମେସେଜ କରି ଆପଣ ନିଜ ସହରର ପେଟ୍ରୋଲ ଡିଜେଲ ଦର ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ ଅଏଲ SMS ସେବା ଅନୁଯାୟୀ, ମୋବାଇଲ ନମ୍ବର 9224992249ରେ ମେସେଜ କରିପାରିବେ। ପ୍ରଥମେ RSP<ସ୍ପେଶ୍‌>ପେଟ୍ରୋଲ ପମ୍ପ ଡିଲର କୋଡ ଲେଖି ଉକ୍ତ ନମ୍ବରରେ ପଠାନ୍ତୁ। ନିଜ ଅଞ୍ଚଳର RSP କୋଡ ସାଇଟରୁ ଚେକ୍‌ କରିପାରବେ। ମେସେଜ ପଠାଇ ସାରିବା ପରେ ଆଜିର ତୈଳ ଦର ମୋବାଇଲ ମେସେଜକୁ ଆସିଯିବ।

India Petrol And Diesel Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ