Advertisment

ଟ୍ରେନ୍‌ ଟ୍ରାକ୍‌ରେ କଲେ ରୋଷେଇ, ଭିଡିଓ ଭାଇରାଲ୍‌ ପରେ ଏମିତି କହିଲେ ରେଲୱେ କର୍ତ୍ତୁପକ୍ଷ...

ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍‌ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍‌ରେ ଦୌଡୁଛନ୍ତି।

ଅଦ୍ୟତନ ହୋଇଛି
cooking food on train tracks

cooking food on train tracks

Advertisment

ରେଲୱେ ଟ୍ରାକ୍‌ରେ ବସି କଲେ ରୋଷେଇ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ । ମୁମ୍ବାଇର ମହିମା ଜଙ୍କସନ୍‌ ରେଲୱେ ଷ୍ଟେସନ୍‌ର ଲୋକାଲ ଟ୍ରେନ୍‌ ଟ୍ରାକ୍‌ରେ ବସି କିଛି ଲୋକ ରୋଷେଇ କରୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ସୋସିଆଲ ମିଡିଆ ପ୍ଲାଟର୍ଫମ ‘X’ରେ MumbaiMatterz ନାମକ ଜଣେ ୟୁଜର୍ସ ଜାନୁଆରୀ ୨୪ରେ ୧୩ ସେକଣ୍ଡର ଏକ ଭିଡିଓକୁ ସେୟାର କରିଛନ୍ତି। ଭିଡିଓ ସେଆର କରିବା ସହ କ୍ୟାପ୍‌ସନ୍‌ରେ ‘ମହିମା ଜଙ୍କସନ୍‌ ରେଲୱେ ଟ୍ରାକ୍‌’ ବୋଲି ଲେଖିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍‌ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍‌ରେ ଦୌଡୁଛନ୍ତି। ଅନ୍ୟପଟେ ଆଉ କିଛି ଲୋକ ଟ୍ରାକ୍‌ରେ ଶୋଇଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ୟୁଜର୍ସ ଏହାକୁ ବିପଜ୍ଜନକ କହିବା ସହ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲୱେ କର୍ତ୍ତୁପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରେଲ କର୍ତ୍ତୁପକ୍ଷ। ଏହି ପୋଷ୍ଟର ପ୍ରତିକ୍ରିୟାରେ କେନ୍ଦ୍ରୀୟ ରେଳବାଇର ଡିଆରଏମ୍ ମୁମ୍ବାଇ କେନ୍ଦ୍ରୀୟ ପଶ୍ଚିମ ରେଳବାଇର ଡିଆରଏମ୍‌ଙ୍କୁ ଏହି ଘଟଣାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

Advertisment
India News Mumbai Indian Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ