Advertisment

ବିହାରରେ ବ୍ୟାପୁଛି Viral Fever: ୨୫ ଶିଶୁଙ୍କ ଗଲା ପ୍ରାଣ

କରୋନା ମହାମାରୀ ଏବେ ସମସ୍ତଙ୍କୁ ଟେନ୍‌ସନ୍‌ ଦେଉଛି। ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ। ସୂଚନା ଅନୁସାରେ, ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି

Viral Fever

Viral Fever

Advertisment

ପାଟନା: କରୋନା ମହାମାରୀ ଏବେ ସମସ୍ତଙ୍କୁ ଟେନ୍‌ସନ୍‌ ଦେଉଛି। ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ। ସୂଚନା ଅନୁସାରେ, ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି। ମୁଜାଫରପୁର, ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍, ଗୋପାଳଗଞ୍ଜ, ସିୱାନ୍ ଏବଂ ମଧୁବାନୀ ସମେତ ଅନେକ ଜିଲ୍ଲାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଗତ ଏକ ମାସ ମଧ୍ୟରେ ରାଜ୍ୟରେ ଭାଇରାଲ୍ ଜ୍ୱର ଯୋଗୁଁ ୨୫ ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଶିଶୁ ଏବେ ବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। କରୋନାର ତୃତୀୟ ଲହରର ଭୟ ମଧ୍ୟରେ ଏହା ଏକ ଚିନ୍ତାଜନକ ଖବର | କିନ୍ତୁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ସମସ୍ତ ପିଲାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଆଉ ରିପୋର୍ଟ ଦେଖିବା ପରେ

Advertisment

ଡାକ୍ତରମାନେ କହିଥିଲେ ଯେ ଏହା କରୋନାର ତୃତୀୟ ଲହର ନୁହେଁ। ପାଟଣାର PMCH ସମେତ ସମସ୍ତ ବଡ ବଡ଼ ଡାକ୍ତରଖାନାରେ ବେଡ଼୍‌ ପୂରା ହୋଇଛି ଯାହାକୁ ବିହାର ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ଆ ଉ ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ବିହାର ସରକାର । ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ଯାଇ ସେଠାରେ ସ୍ଥିତିର ଆକଳନ କରି ଏକ ରିପୋର୍ଟ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

Advertisment

ଏଥି ସହିତ ଭାଇରାଲ ଜ୍ୱର ସମ୍ପର୍କରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି ଯେ ସମସ୍ତ ଜିଲ୍ଲା ଡାକ୍ତରଖାନା ପରିଦର୍ଶନରେ ଯିବାକୁ ରାଜ୍ୟ ସ୍ୱାସ୍ଥ୍ୟ କମିଟିର ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି। ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି। କିନ୍ତୁ ଡାକ୍ତରମାନେ ଏହାକୁ ଭାଇରାଲ ଜ୍ୱର କହୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏହାସହ ସମସ୍ତ ସରକାରୀ ଡାକ୍ତରଖାନାରେ ପିଲାମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଁ ବ୍ୟକ୍ତିଗତ ଭାବରେ ସମଗ୍ର ବିଷୟ ଉପରେ ନଜର ରଖିଛି ଏବଂ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ପାଟନାରେ ମଧ୍ୟ ଭାଇରାଲ ଜ୍ୱର ହେଉଥିବା ଖବର ମିଳିଛି। ପାଟଣାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଗୋଟିଏ ବି ବେଡ଼୍‌ ଏବେ ଖାଲି ନାହିଁ। ଏଥିସହିତ, ପାଟନାରେ ଥିବା ଅନେକ ଘରୋଇ ମେଡ଼ିକାଲର ବେଡ଼୍‌ ମଧ୍ୟ ଖାଲି ନାହିଁ। | ଡାକ୍ତରଙ୍କ କହିବାନୁସାରେ, ଏହି ଭାଇରାଲ୍ ଜ୍ୱର ହେଉଛି କରୋନାର ଏକ ପାର୍ଶ୍ୱ ପ୍ରତିକ୍ରିୟା, ଏବଂ ସେଥିପାଇଁ ପିଲାମାନେ ଥଣ୍ଡା, କାଶଠାରୁ ଆରମ୍ଭ କରି ଶ୍ୱାସ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୁବଶୀଘ୍ର ପିଲାମାନେ ସୁସ୍ଥ ହୋଇଯିବେ।

Bihar Viral Fever In Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ